om academy

ବିସ୍ଥାପିତ ଗ୍ରାମର ଭୂମିହୀନମାନଙ୍କୁ ସହାୟତା ପ୍ରଦାନର ଶୁଭାରମ୍ଭ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ ଗ୍ରାମମାନଙ୍କରେ ଭୂମିହୀନ ଭାବରେ ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ସରକାର ସ୍ୱତନ୍ତ୍ର ସହାୟତା ମଞ୍ଜୁର କରିଥିଲେ । ଜଳ ସମ୍ପଦ ବିଭାଗରୁ ଖୁଣ୍ଟପାଲି ଗ୍ରାମର ୨୩ ଜଣ ଓ କଇଣ୍ଡାପାଲି ଗ୍ରାମର ୧୩ ଜଣ ଭୂମିହୀନ ପରିବାରଙ୍କ ପାଇଁ ପରିବାର ପିଛା ଟ.୩,୪୫,୦୦୦ଙ୍କା ଲେଖାଁଏ ମଞ୍ଜୁର ହୋଇଅଛି । ଆଜି ପ୍ରକଳ୍ପ ନିର୍ଦ୍ଦେଶକ (ପୁର୍ନବାସ ଓ ଥଇଥାନ)ଙ୍କର କାର୍ଯ୍ୟାଳୟରେ ଭୂମିହୀନ ପରିବାରଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ଅଧିକ୍ଷଣ ଯନ୍ତ୍ରୀ ଜିତେନ୍ଦୁ ପାଣିଗ୍ରାହୀ, ମଣ୍ଡଳ ଅଧିକାରୀ ଶ୍ରୀମତୀ ନୂତନ ସେଠ ଏବଂ ସଂକର୍ଷଣ ପଧାନ ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଖୁଣ୍ଟପାଲିର ଚାରିଜଣ ଭୂମିହୀନ ପରିବାର ନିଜର ଦସ୍ତାବେଜ୍‌ ଦାଖଲ କରି ଉକ୍ତ ସହାୟତା ରାଶି ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ମଞ୍ଜୁରୀପ୍ରାପ୍ତ ପରିବାରମାନଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଜାରୀ ରହିବ ।

Leave A Reply

Your email address will not be published.