om academy

ଇନ୍ଦିରା ନଗରଠାରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶବର ନାରାୟଣ ଧର୍ମଶାଳା ଇନ୍ଦିରାନଗରଠାରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ରବିଚନ୍ଦ୍ର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ରାହାସ ବିହାରୀ ଭୋଇ, ଯଥା ବିଶ୍ୱାଲ, ଦ୍ୱିଜ ଦଳପତି, ରାଜୁ କାଲସାଏ, ସୁଦର୍ଶନ ବୁଡେକ, ନାରୀନେତ୍ରୀ ଜମୟନ୍ତି କୁମୁରା, ଉର୍ଜ ଭୋଇ ତଥା ଅନ୍ୟାନ୍ୟ ଆଦିବାସୀ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ । ବୀର ବିର୍ସାମୁଣ୍ଡାଙ୍କ ଜୀବନୀ ତାଙ୍କ ଜୀବନ ବଳିଦାନ ସମନ୍ଧରେ ବକ୍ତାମାନେ ବିଭିନ୍ନ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାତଦିନ ବ୍ୟାପି ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସଂଗେ ସଂଗେ ବିର୍ସାମୁଣ୍ଡାଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ସ୍ଥିର କରାଯାଇଛି । ସଭା ଶେଷରେ ରାହସ ବିହାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.