om academy

କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନରସିଂହ : ମରୁଡି ଓ ମମିତାଙ୍କୁ ନେଇ ଆସନ୍ତା ବିଧାନସଭାରେ ସରକାରଙ୍କୁ ଚର୍ତୁପାଶ୍ୱର୍ରୁ ଘେରିବା ସୂଚନା

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ମରୁଡିର ପଦଧ୍ୱନି ସ୍ପଷ୍ଟ ଜଣାପଡୁଛି । ଚାଷୀ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱଳ୍ପ ବୃଷ୍ଟି ଯୋଗୁଁ ୭୦ ପ୍ରତିଶତରୁ ଉଦ୍ଧ୍ୱର୍ ଜମିରେ ଚାଷ ମରିଗଲାଣି । ରାଜ୍ୟ ସରକାର କହୁଛି ଫସଲ କ୍ଷୟକ୍ଷତି ଆକଳନ କରାଯିବ । କେନ୍ଦ୍ର ଦ୍ୱାରା ନିଯୁକ୍ତି ଫସଲବୀମା କଂପାନୀ ବୀମା କରିବାରେ ଚଞ୍ଚକତା କରୁଛି । ଏଥିରୁ ସ୍ପଷ୍ଟ ଅନୁମାନ କରି ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ଚାଷୀଙ୍କୁ ପ୍ରତାରଣା କରିବାରେ ଲାଗିଛନ୍ତି । ତାଛଡା ବଲାଙ୍ଗିର ଜିଲ୍ଲାର ଝିଅ ମମିତା ମେହେରର ହତ୍ୟାରେ ସରକାରର ଗୃହମନ୍ତ୍ରୀର ସଂପୃକ୍ତି ପ୍ରମାଣ ବିରୋଧି ଦଳମାନେ ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଅବଳମ୍ବନ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଏ ସମସ୍ତ ବିଷୟକୁ ନେଇ ବିଧାନସଭାରେ ଜୋରଦାର ଲଢେଇ ହେବ ବୋଲି ସେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେବା ସହ ଏହି ଲଢେଇ ପାଇଁ ଆପଣମାନେ ମଧ୍ୟ ପ୍ରସ୍ତୁତ ରହନ୍ତୁ ବେଲି ଆଗଲପୁର ପଂଚାୟତ ସ୍ଥିତ ବେନ୍ଦ୍ରା ପଂଚାୟତର ରାମପୁରଠାରେ ଏକ ଭବ୍ୟ କଲ୍ୟାଣ ମଣ୍ଡପର ଉଦ୍‌ଘାଟନ ପରବର୍ତ୍ତି ସାଧାରଣ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ଉଦ୍‌ବୋଧନରେ କହିଛନ୍ତି । ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ପଂଚାୟତ ପରିସର ଭିତରେ ଏକ ସୁନ୍ଦର କଲ୍ୟାଣ ମଣ୍ଡପର ଉଦ୍‌ଘାଟନ କରିଥିଲେ । ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି କଲ୍ୟାଣ ମଣ୍ଡପ ଉଦ୍‌ଘାଟନି ସମୟରେ ସରପଞ୍ଚ ତରାସ ସାହୁ, ସମିତି ସଭ୍ୟ ଜୟନ୍ତି ପଟେଲ, ବରିଷ୍ଠ ନାଗରିକ ପୁରନ୍ଦର ଦାଶ, ବଳଦେବ ଭୋଇ, ଭିକାରୀ ପ୍ରଧାନ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା ପ୍ରମୁଖ ମଂଚାସୀନ ଥିଲେ । ଏ ଅବସରରେ ଅଂଚଳର ବରିଷ୍ଠ ନାଗରିକମାନେ ଏଠାରେ ଏକ ନୂତନ ଯୁକ୍ତ ଦୁଇ କଲେଜ, ଆରଆଇ ଅଫିସ ନିର୍ମାଣ ଦିଗରେ ବିଧାୟକ ଶ୍ରୀ ମିଶ୍ର ଚେଷ୍ଟା କରନ୍ତୁ ବୋଲି ଦାବୀ କରିଥିଲେ । ଏହି ସାଧାରଣ ସଭାରେ ରାମପୁର- ବେନ୍ଦ୍ରା ଅଂଚଳର ସହସ୍ରାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.