om academy

ଗ୍ରାମାଞ୍ଚଳରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଚେତନତା ସୃଷ୍ଟି କରିବ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମାଞ୍ଚଳରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଠକମାନ କରି ଗ୍ରାହକ ସଚେତନତା ସୃଷ୍ଟି କରିବ । ଗ୍ରାମୀଣ ଲୋକଙ୍କୁ ମୌଳିକ ଅଧିକାରକୁ ହାସଲ କରିବା ଦିଗରେ ପଞ୍ଚାୟତ ସ୍ତରରେ ସଭ୍ୟ ନେଇ କମିଟି ଗୁଡିକ ଗଠନ ପାଇଁ ପ୍ରସ୍ତାବ ନିଆଯାଇଛି । କଲେଜଛକ ସରସ୍ୱତୀ ଶିଶୁ ମନ୍ଦିରଠାରେ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତା ରବିବାର ଅପରାହ୍ନରେ ବୈଠକ ହୋଇଥିଲା । ବିଭିନ୍ନ ସମୟରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ବିଭାଗର ବିଷୟଗୁଡିକ ଅଧିକାରୀଙ୍କ ସୃଷ୍ଟିକୁ ଗ୍ରାହକ ପଞ୍ଚାୟତ ଆଣିଛି । ସେ ଦିଗରେ ସମାଧାନ କରିବାକୁ ଦୃଷ୍ଟିଗୋଚର କରିଛି । ଅନେକ ସମାଧାନ ଦିଗରେ ନେଇଥିବା ବିଭାଗୀୟ ପଦକ୍ଷେପ ଯୋଗୁଁ କାମଗୁଡିକ ହୋଇପାରିଛି । ତେଣୁ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ବିବରଣୀରେ ସଂପାଦକ ଅଶୋକ ମିଶ୍ର । ବଲାଙ୍ଗିରରେ ଗ୍ରାହକ ପଞ୍ଚାୟତଗୁଡିକର ବୈଠକଗୁଡିକ ପରେ ଟିଟିଲାଗଡରେ ବୈଠକ ଅନୁଷ୍ଠିତ ହୋଇଯାଇଛି ଓ କମିଟି ଗଠନ କରାଯାଇଛି । ପାଟଣାଗଡ କଣ୍ଟାବାଞ୍ଜିରେ ନୁଆ ସଭ୍ୟ କରାଯାଉଛି । ଗ୍ରାହକ ପଞ୍ଚାୟତର ପୃଷ୍ଠପୋଷକ ମଗନଲାଲଙ୍କ ଉପସ୍ଥିତିରେ ରାଜ୍ୟ ଉପସଭାପତି ଶଶିଭୂଷଣ ପୁରୋହିତ, ପ୍ରଚାରପ୍ରସାର ପ୍ରମୁଖ କିଶୋର ମୋହନ ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସହର ମଧ୍ୟରେ ଦ୍ରୁତ ଗତିରେ ବାଇକ ଚଳାଚଳ ସମେତ ବିକୃତ ଶ୍ରୁତି କଟୁ ହର୍ଣର ପ୍ରଦୂଷଣ ବନ୍ଦ କରିବା ସମେତ ରାତ୍ରି କାଳରେ ହଲୋଜେନ ହେଡ୍‌ ଲାଇନ ଅନେକ ଦୁର୍ଘଟଣାର କାରଣ ତେଣୁ ଏହାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନିଆଯିବାକୁ ମତାମତ ଦେଇଥିଲେ । ନଗର ମଧ୍ୟରେ ରାସ୍ତାକଡରେ ହେଉଥିବା ଡ୍ରେନ କାମ ପରେ ଭାଙ୍ଗି ଦିଆଯାଇଥିବା ପୁରୁଣା ଢାଙ୍କୁଣି ଠିକାଦାରମାନେ ଲଗାଉନଥିବା ଯୋଗୁଁ ହେଉଥିବା ଅସୁବିଧା ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା । ପରିଛନ୍ନତା, ବର୍ଯ୍ୟବସ୍ତୁ, ଜଳ ନିଷ୍କାସନର ଅସୁବିଧା ସମେତ ୱାର୍ଡଗୁଡିକର ଅନ୍ୟାନ୍ୟ ସମସ୍ୟା ରହୁଛି । ତେଣୁ ପ୍ରତି ୱାର୍ଡର ସଦସ୍ୟମାନେ ଛୋଟ ଛୋଟ ୱାର୍ଡ ବୈଠକ କରି ସେଥିରେ ସମସ୍ତ ବିଷୟ ପ୍ରତି ଦାୟିତ୍ୱ ନେଇ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦିଆଯାଇଥିଲା । ମହିଳା ସଦସ୍ୟା ମୃମୟୀ ମିଶ୍ର, କୁସୁମ ଶତପଥି, ନିହାରିକା ମିଶ୍ର, ଚନ୍ଦନ ପାଞ୍ଚାଲ ପ୍ରମୁଖ ଆଲୋଚନାରେ ଭାଗ ନେଇ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଉପରେ ମତମତ ଦେଇଥିଲେ । ଏ ଦିଗରେ ପ୍ରସ୍ତାବ ନେବାକୁ ସେମାନେ ପ୍ରସ୍ତାବ ଦେଇଥିଲେ । ଆଗାମୀ ଡିସେମ୍ବର ୨୪ ତାରିଖ ଦିନ ଜାତୀୟ ଖାଉଟି ଦିବସ ଉପଲକ୍ଷେ ଆଲୋଚନା ହେବାକୁଯାଉଛ । ଶେଷରେ ଶାନ୍ତିପାଠ ପରେ ବୈଠକ ସମାପନ ହୋଇଥିଲା ।

Leave A Reply

Your email address will not be published.