om academy

ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନର ପ୍ରସ୍ତୁତି ବୈଠକ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଜୟ କୁମାର ଦିକ୍ଷିତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ମନ୍ଦିରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୨ ଫେବୃୟାରୀ ୧୩ ତାରିଖରେ ବଲାଙ୍ଗିର ସାମ୍ବାଦିକ ଭବନଠାରେ ସକାଳ ୧୧ଟାରୁ ଆରମ୍ଭ ହେବ । ଏଥିପାଇଁ ଏକ ସ୍ମରଣିକା ପ୍ରକାଶନର ବ୍ୟବସ୍ଥା କରାଯାଇଛି । ବ୍ୟାଚର ବନ୍ଧୁମାନଙ୍କ ଲେଖାଗୁଡିକ ଡିସେମ୍ବର ୧୫ ସୁଦ୍ଧା ଡିଟିପି କରି ପଠାଇବାକୁ ଅନୁରୋଧ କରାଯାଇଛି । ସମ୍ପାଦନ ମଣ୍ଡଳୀରେ ରାମ ଶଙ୍କର ନନ୍ଦ, ଗୋପବନ୍ଧୁ ଶତପଥୀ, ସୁରେନ୍ଦ୍ର ତ୍ରିପାଠୀ, ବାବୁଲି ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ବୈଠକରେ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା । ପୁରାତନ ଶିକ୍ଷକ ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଗୋଟିଏ ମୋମେଣ୍ଟୋ ପ୍ରସ୍ତୁତ କରାଯିବ ଓ ସମସ୍ତ ବନ୍ଧୁମାନଙ୍କୁ ଦିଆଯିଏ ।

Leave A Reply

Your email address will not be published.