csstore

କର୍ଲାମୁଣ୍ଡା କପ : ଚିଚର୍ଲା ଓ ଟକର୍ଲା ମଧ୍ୟରେ ଫାଇନାଲ ମୁକାବିଲା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗା ସ୍ଥିତ ଚିନାବାଡ଼ି ପଡିଆଠାରେ କର୍ଲାମୁଣ୍ଡା ଫୁଟ୍‌ବଲ୍‌ ଟିମ୍‌ ପକ୍ଷରୁ ଚାଲୁଥିବା କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଆଜିର ସେମି ଫାଇନାଲ ମ୍ୟାଚ ଚିଚର୍ଲା ଓ ବଗାଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଚିଚର୍ଲା ଦଳ ବଗାଡ଼ ଦଳକୁ ଦୁଇ ଗୋଲ ଦେଇ ବିଜୟୀ ହୋଇଥିଲେ । ଏହି ମ୍ୟାଚରେ ବିଜେପି ନେତା ସରୋଜ ସେଠ, ସଞ୍ଜୟ ଜୈନ, ଗଣେଶ କୁମାର ଓ ରାଜପୁର ସରପଞ୍ଚ ମହେନ୍ଦ୍ର ରଣା ତଥା ଆୟୋଜନ କମିଟିର ସଭାପତି ନନ୍ଦିକିଶୋର ଭୋଇ, ସମ୍ପାଦକ ଡୋଲାମଣି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ପରିଚାଳନାରେ ରେଫରି ଭାବେ ଲଳିତ ସାହୁ, ଲଳିତ ଗଉଡ଼, ବିନୋଦ ହେର୍ନା ରହିଥିବା ବେଳେ ଭାରତ ଷଡ଼ଙ୍ଗୀ, ଲୋକେଶ ଗହୀର ଧାରା ବିବାରଣୀ ପ୍ରଦାନ କରିଥିଲେ । ତେବେ ଆସନ୍ତା କାଲିର ଫାଇନାଲ ମ୍ୟାଚଟି ଚିଚର୍ଲା ଓ ଟକର୍ଲା ମଧ୍ୟରେ ହେବାକୁ ଥିବା ଟୁର୍ନାମେଣ୍ଟ ମେନେଜର ଦୁର୍ଲ୍ଲଭ ମେହେର କହିଛନ୍ତି । ଏଥିରେ କ୍ଳବ ସଦସ୍ୟ ନିଳ ଭୋଇ, ବିରେନ ସାହୁ, ଅନିଲ ସାହୁ, ମୁକେଶ କୁମାର ସାହୁ, ସଲଟି ବଗର୍ତ୍ତି, ସୀତୁ ସାହୁ, ବିରୁ ସାହୁ, ବବଲୁ ସାହୁ, ଜିତ ସାହୁ, ବିପିନ ସାହୁ, ମଣି ମେହେର, କର୍ଣ୍ଣ ଭୋଇ, କଳ୍ପ ସାହୁ, ଭୀଷ୍ମ ବାଗ, ନମିତା ସୁନା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.