om academy

ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ଦ୍ୱାରା ଜାଗା ଆବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ବସ୍ତି ପୁନଃସ୍ଥାପନ ପାଇଁ ଲଟେରି ଦ୍ୱାରା “ଜାଗା ମିଶନ’ ଯୋଜନାରେ ଜାଗା ଆବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପରେ ଆଜି ଅପରାହ୍ନ ୩ଟାରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ସହରର ବିଭିନ୍ନ ସ୍ଥାନରେ ବିସ୍ତାପିତ ହୋଇଥିବା ଜାଗାବିହୀନ ପରିବାରଙ୍କୁ ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନ୍‌ଏଚ୍‌ ବାଇପାସ୍‌ ନିକଟରେ ଏକ ସ୍ଥାନରେ ପ୍ଲଟିଂ କରାଯାଇ ୫୦୦ ପରିବାରକୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୪୩ ଜଣଙ୍କୁ ଲଟେରି ମାଧ୍ୟମରେ ଜାଗା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସହରର ଆନନ୍ଦ ନଗର, ବିଭୂତିପଡ଼ା, ବ୍ରାହ୍ମଣପଡ଼ା, ହାଟପଦାପଡ଼ା ପ୍ରଭୃତି ଅଂଚଳର ବିସ୍ତାପିତଙ୍କୁ ଜାଗା ବଂଟନ କରାଯାଇଛି । ସେମାନଙ୍କୁ ଗୃହନିର୍ମାଣ ପାଇଁ ତଥା ସେହି ସ୍ଥାନର ଅନ୍ୟାନ୍ୟ ଆଶବ୍ୟକୀୟ ବ୍ୟବସ୍ଥା ପାଇଁ ମଧ୍ୟ ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଚଂଚଳ ରାଣା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହ ଡୁଡ଼ା ପିଡି ସୁଦର୍ଶନ ସାଏ, ଉପଜିଲ୍ଲାପାଳ ଲମ୍ବୋଧର ଧରୁଆ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ, ଜେଇ ରୋଜାଲିନ, ଭକ୍ତ ତଥା ଅନ୍ୟ ପୌରପାଳିକା କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.