om academy

ଲଘୁଚାପ ଜନିତ ବର୍ଷା : ସଇଁନ୍ତଲା ବ୍ଳକର ଚାଷୀଙ୍କ ଜମିରେ ଭିଜୁଛି ଧାନ, ମୁଣ୍ଡରେ ହାତ ଦେଲେଣି ଚାଷୀ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଧାନ ଚାଷୀ କେତେବେଳେ କଟନୀ ଛଟନୀକୁ ନେଇ ଦାଉ ସହୁଛନ୍ତି ତ ଆଉ କେତେବେଳେ ସାର ଅଭାବରୁ ଚଢା ଦରରେ ସାର କିଣି ଦାଉ ସହୁଛନ୍ତି । ଏବେ ଅଦିନିଆ ବର୍ଷା ଯୋଗୁଁ ମୁଣ୍ଡରେ ହାତ ଦେଲେଣି ଚାଷୀ । ଲଘୁଚାପଜନିତ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧିଛି । ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଳକର ବିଭିନ୍ନ ଗ୍ରାମରେ ଲଘୁଚାପଜନିତ ବର୍ଷା ଝିପିଝିପି ହେଉଛି । ବର୍ତ୍ତମାନ ଚାଷୀଙ୍କ ଧାନ ଅମଳର ସମୟ । ବ୍ଲକର ଚାଷୀମାନେ କିଛିଦିନ ପୂର୍ବରୁ କ୍ଷେତରେ ଧାନ କାଟିଥିଲେ । ବର୍ତ୍ତମାନ ସେହି କଟା ହୋଇଥିବା ଧାନ ଲଘୁଚାପଜନିତ ବର୍ଷାରେ ଭିଜିବାରେ ଲାଗିଛି । ଫଳରେ ଜମିରେ ଧାନ ଭିଜି ଗଜା ହେବାର ସମ୍ଭାବନା ଥିବାରୁ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ପୁଣି ଆସନ୍ତା ୧୯ ଏବଂ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ଲଘୁଚାପଜନିତ ବର୍ଷା ହେବ ବୋଲି ସୂଚନା ଅଛି । ତେବେ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.