ସାହିତ୍ୟ ଘର ସହରର ଚରିତ୍ର ସହ ସଂପର୍କର ସେତୁ

  • ଅନୁଭବ ନଥିଲେ ସାହିତ୍ୟ ଲେଖା ହୋଇପାରିବ ନାହିଁ : ସୌମ୍ୟରଂଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁଭବ ନଥିଲେ ସାହିତ୍ୟ ଲେଖା ହୋଇପାରିବ ନାହିଁ । ସମ୍ବାଦ ସାହିତ୍ୟ ଘର ସହରର ଚରିତ୍ର ସହ ସଂପର୍କର ସେତୁ ରୂପେ କାର୍ଯ୍ୟ କରୁଛି ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । ସମ୍ବାଦ ସାହିତ୍ୟ ଘର ରାଉରକେଲା ଆନୁକୂଲ୍ୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପରୋକ୍ତ ମନ୍ତବ୍ୟ ସହ କହିଲେ ଯେ, ଏଭଳି କାର୍ଯ୍ୟକ୍ରମ ଆମକୁ ଅଧିକ ଆତ୍ମ ସଚେତନ କରିଦେଉଛି । ମୋର ରାଉରକେଲା ସହ ସଂପର୍କ ଅତି ନିବିଡ଼ । ସବୁଦିନ ପାଇଁ ମୁଁ ରାଉରକେଲା ପାଖରେ ରୁଣୀ । ଏଠାରେ ସମ୍ଭାବନାର ସୂତ୍ର ଦେଖୁଛି । ଓଡିଶାରେ ଯଦି ଓଡିଆଙ୍କୁ ଦେଖିବାକୁ ଚାହଁ ତେବେ ରାଉରକେଲାକୁ ଯାଅ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ । ଏହା ସହ ସେ କହିଲେ ଯେ, ରାଜନୀତି ଓ ସାହିତ୍ୟର ସଂପର୍କ ଅତି ନିବିଡ଼ । ସଂପ୍ରତି ଗଣତନ୍ତ୍ରରେ ରାଜନୀତି ବିନା କିଛି ହୋଇପାରିବ ନାହିଁ । ପ୍ରାୟ ସବୁ ଅନୁଷ୍ଠାନ ଅବକ୍ଷୟ ମୁଖୀ ହୋଇଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ଅବକ୍ଷୟମୁଖୀ, ହୋଇଛି ବୋଲି ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ କହିଥିଲେ । କୋଏଲନଗର ଏ ବ୍ଲକ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ସମ୍ବାଦ ସାହିତ୍ୟ ଘର, ରାଉରକେଲାର ସଭାପତି ଆଲୋକ ରଂଜନ ମଲ୍ଲିକଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ପ୍ରଶାନ୍ତ ଦାସଙ୍କ ଆବାହକତ୍ୱ ତଥା ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଓ ଆଇନଜୀବୀ ନାରାୟଣ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ସୌମ୍ୟରଂଜନଙ୍କୁ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ପ୍ରଦୀପ ଦାସ, ମନୋଜ ନାୟକ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ରୁ କୁଂଜବିହାରୀ ରାଉତ, ଆର୍‌ଏସ୍‌ଏରୁ ସୌମେନ୍ଦ୍ର ଭୁୟାଁ, ଦୀକ୍ଷାଦିପନରୁ ଚିତ୍ତ ବ୍ରହ୍ମା ଓ ଡଲି ବ୍ରହ୍ମା, ରାଉରକେଲା ଡେଭଲପମେଣ୍ଟ ଫଣ୍ଡରୁ ହରିହର ରାଉତରାୟ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରୁ ବୈଦ୍ୟନାଥ ଦାସ, କୋଏଲନଗର ଜଗନ୍ନାଥ ମନ୍ଦିର ତରଫରୁ ପ୍ରଦୀପ ପଣ୍ଡା, ଦେବପତି ସେବାୟତ ନିଯୋଗରୁ ରମେଶ ମହାନ୍ତି, ଶ୍ରୀ ଅରବିନ୍ଦ ସ୍କୁଲରୁ ଗୀତାଞ୍ଜଳି ବେହେରା, ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ସଭାପତି ଡଃ ସୁମନ ଦତ୍ତ, ସୁନ୍ଦରଗଡ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘରୁ ଗଗନ ବିହାରୀ ସାହୁ, ଶ୍ରମିକ ସଙ୍ଗଠନ ମିଳିତ ମଂଚର ଜୟଜିତ ପାତ୍ର, ସ୍ୱସ୍ତି ସାହିତ୍ୟ ସଂସଦରୁ ବିଭୁତି ଭୂଷଣ ଦାସ, ଉତ୍କଳ ଗୀତି କବି ସମାଜରୁ ରାମକୃଷ୍ଣ ତ୍ରିପାଠୀ, ଜଗତସିଂହପୁର ମ୍ୟୁନିସିପାଲିଟିର ପ୍ରାକ୍ତନ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଇସ୍ପାତ ସାହିତ୍ୟ ସଂସଦରୁ ଗଙ୍ଗାଧର ପୁହାଣ, ପ୍ରଗତି ଉତ୍କଳ ସଂଘରୁ ଅଶୋକ କୁମାର ପଟ୍ଟନାୟକ, କଂଗ୍ରେସ ସେବାଦଳରୁ ବିନୋଦ ଚନ୍ଦ୍ର ରାଉତ, ମଧୁସୂଦନ ପାଠାଗାରରୁ ବିଜୟ କୁମାର ବରାଳ, ଛେଣ୍ଡ ୱେଲଫେୟାର କମିଟିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ରୋଟାରୀଆନ ବିଭୁ ନାୟକ, ଆଲୋକ ବୋଷ, ଅଧ୍ୟାପିକା ପ୍ରଣତୀ ବେହେରା ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିରେନ କୁମାର ଟୁଡୁ, ହରିହର ସାହୁ, ମଧୁସ୍ମିତା ଦାସ, କିଶୋର ଚନ୍ଦ୍ର ଦାଶ, ମୋହିନୀ ମୋହନ ଦଳବେହେରା, ସୁମନ୍ତ କୁମାର ଉପାଧ୍ୟାୟ, ବିଶ୍ବଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥବା ବେଳେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 + nineteen =

error: Content is protected !!