ଖଡ଼ିଆଳ ହାଜତରେ ଯୁବକଙ୍କୁ ମାଡ : ନିନ୍ଦା କଲେ ବିଧାୟକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ପୋଲିସ ଅଧିକାରୀ(ଏସ୍‌ଆଇ) ମାଡ ମାରିବା ଘଟଣା । ଏହାକୁ ନିନ୍ଦା କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏହାସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରିଛନ୍ତି । ସୂଚନା ଅନୁସାରେ, ଖଡ଼ିଆଳ ଥାନା ଅନ୍ତର୍ଗତ ନେହେନା ଗାଁଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ସବଇନ୍ସପେକ୍ଟର କୂଳମଣି ବରୋଦା ପାଟ୍ରୋଲିଂ କରୁଥିଲେ । ବାଟରେ ୨ ଜଣ ଯୁବକ ନମ୍ବର ପ୍ଲେଟ ବିହୀନ ମୋଟର ସାଇକଲ ଧରି ନିଶାଶକ୍ତ ଅବସ୍ଥାରେ ବୁଲୁଥିଲେ । ପୋଲିସ ପଚରାଉଚରା କରିବା ପରେ ଥାନାକୁ ଆଣି ରାତ୍ରି ତମାମ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଖଡ଼ିଆଳ ବିଧାୟକ ଥାନାକୁ ଯାଇ ଏସ୍‌ଡିପିଓଙ୍କ ଉପସ୍ଥିତିରେ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ମାଡ ମାରିଥିବା ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ସମୟରେ ଅଧିକାରୀ ଜଣକ ଯୁବକଙ୍କୁ ମାଡ ମାରିଥିବା ସ୍ୱୀକାର କରିଥିଲେ ।

ପରେ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ବିଧାୟକ । ରାଜ୍ୟ ସରକାର ୫ଟି ଲାଗୁକରି ଶାସନରେ ସ୍ବଚ୍ଛତା ଆଣିଥିବା ଡିମ୍‌ଡୀମ ପିଟୁଥିବା ବେଳେ କେଉଁ ନିୟମରେ ପୋଲିସ ହାଜତ ଭିତରେ ଯୁବକ ଜଣକୁ ମାଡ଼ ମାରିଛି ତାର ସ୍ପଷ୍ଟିକରଣ ମାଗିଛନ୍ତି ବିଧାୟକ । ଏ ସମ୍ପର୍କରେ ୫ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରି ଜଣାଇଛନ୍ତି । କାର୍ଯ୍ୟାନୁଷ୍ଠାନ ନ ହେଲେ ବିଧାନସଭାରେ ପ୍ରଶ୍ନ ଉଠିବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ । ସେପଟେ, ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଖଡ଼ିଆଳ ଏସ୍‌ଡିପିଓ ।

Leave A Reply

Your email address will not be published.

12 + six =