pakka

ନୂଆଁଖାଇରେ ଅସହାୟମାନଙ୍କୁ ସହାୟତାର ହାତ ବଢାଇଲା ମାହେଶ୍ୱରୀ ସଂଗଠନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଏମିତି ଏକ ପର୍ବ ଯେ ଯେଉଁଠିବି ଥାଉ ନା କାହିିଁକି ନିଜ ପରିବାର ପାଖକୁ ଆସି ନୂଆଁ ଖାଇଥାନ୍ତି । ସମ୍ପୂର୍ଣ୍ଣତାର ପର୍ବ ନୂଆଁଖାଇ । ଏକତାର ପର୍ବ ନୂଆଁଖାଇ । ଏହାକୁ ଏଥର ମାହେଶ୍ୱରୀ ସଂଗଠନ ଏକ ନିଆରା ଢଙ୍ଗରେ ପାଳିଛି । ମାହେଶ୍ୱରୀ ସଂଗଠନ ତରଫରୁ ବିଭିନ୍ନ ସ୍ଥାନରେ ଯଥା- ବଲାଙ୍ଗିର, କୁଡାସିଂହା, ଆଗଲପୁର, ତରଭା, ପାଟଣାଗଡରେ ପ୍ରାରମ୍ଭିକ ସ୍ତରରେ ଅସମ୍ପୂର୍ଣ୍ଣ ପରିବାରକୁ କିଛି ନୂଆଁଖାଇ ଖଞ୍ଜା ଯୋଗାଇଦେଇ ତାଙ୍କ ଅସମ୍ପୂର୍ଣ୍ଣତାକୁ ଦୂର କରି ପାରିନାହାନ୍ତି ସତ କିନ୍ତୁ ଚେନାଏ ହସ ଫୁଟାଇବାର ପ୍ରୟାସ କରିଛି ମାହେଶ୍ୱରୀ ସଂଗଠନ । ମାହେଶ୍ୱରୀ ସଂଗଠନର ସଂଯୋଜକ ସୌମ୍ୟ ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two × two =