ବୈତାଳି କ୍ଲଷ୍ଟରରେ ଛାତ୍ରଛାତ୍ରୀଙ୍କ ‘ଏକାଗ୍ରତା ବୃଦ୍ଧି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ସମସ୍ତ ବିଦ୍ୟାଳୟରେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଏକାଗ୍ରତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେପ୍ଟେମ୍ବର ମାସର ଆଲୋଚନାର ବିଷୟ ବସ୍ତୁ ହେଉଛି “ଏକାଗ୍ରତା ବୃଦ୍ଧି” ଏହି ଆଲୋଚନାଟି ସମସ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାମାନଙ୍କ ସହିତ ଆଲୋଚନା କରାଯିବାର ନିର୍ଦ୍ଦେଶ ରହିଛି । ଛାତ୍ରଛାତ୍ରୀମାନଙ୍କ ଏକାଗ୍ରତା ବୃଦ୍ଧି ନିମନ୍ତେ ଏହି ଆଲୋଚନା ଟିକୁ ପ୍ରଥମ ଓ ତୃତୀୟ ଶନିବାର ଦିନ ଶ୍ରେଣୀ ଅନୁଯାୟୀ କରାଯିବ । ଶନିବାର ଦିନ ଶେଷ ପିରିୟଡରେ ଏହି ଆଲୋଚନା କରାଯିବା ପାଇଁ ନିଶ୍ଚିତ୍ତ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଉପସ୍ଥିତ ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହିତ ବିଷୟଟିକୁ ଆଲୋଚନା କରି ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ଶ୍ରେଣୀର ଦାୟିତ୍ୱ ଦେବେ । ଶ୍ରେଣୀ ଅନୁସାରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସଂଖ୍ୟା କମ୍‌ ଥିଲେ କାର୍ଯ୍ୟକ୍ରମଟିକୁ ଦୁଇ ଦିନ ମଧ୍ୟରେ ସବୁ ଶ୍ରେଣୀରେ ଆଲୋଚନା କରିବାର ବ୍ୟବସ୍ଥା କରିବେ । ଅର୍ଥାତ ଗୋଟିଏ ସ୍କୁଲରେ ୬ଟି ଶ୍ରେଣୀକୁ ତିନୋଟି ଶିକ୍ଷକ । ତା’ ହେଲେ ତିନୋଟି ଶ୍ରେଣୀରେ ପ୍ରଥମ ଶନିବାର ଓ ଆଉ ତିନୋଟି ଶ୍ରେଣୀରେ ତୃତୀୟ ଶନିବାର ଦିନ ଆଲୋଚନା କରିବେ । ଗୋଟିଏ ଶ୍ରେଣୀରେ ଜଣେ ଶିକ୍ଷକ ଓ ଶିକ୍ଷୟତ୍ରୀ ଆଲୋଚନା କରିବେ । ଆଲୋଚନାର ବିଷୟ ବସ୍ତୁ ପ୍ରସ୍ତୁତ କରାଯାଇ ଏଥିସହିତ ସଂଲଗ୍ନ କରାଗଲା । ଜିଲ୍ଲାରେ ଥିବା ହେଲ୍ପଲାଇନର ନୋଡାଲ ଅଫିସର ଆବଶ୍ୟକତା ଅନୁଯାୟୀ ବିଷୟବସ୍ତୁ ଓ ନିୟମାବଳୀକୁ ପ୍ରତ୍ୟେକ ବିଦ୍ୟାଳୟରେ ପହଞ୍ଚାଇବାର ବ୍ୟବସ୍ଥା କରିବେ । କାର୍ଯ୍ୟକ୍ରମର ନାମ, ଶ୍ରେଣୀ, ତାରିଖ ଓ ବିଦ୍ୟାଳୟର ନାମ ବ୍ଲାକବୋର୍ଡରେ ବଡ ଅକ୍ଷରରେ ଲେଖାଯିବା ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.

5 × five =