abasyaka

ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକଙ୍କୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁତର ଉଚ୍ଚ ରକ୍ତଚାପ ତଥା ବ୍ରେନ୍‌ ଷ୍ଟ୍ରୋକ୍‌ (ମସ୍ତିଷ୍କ ଆଘାତ)ରେ ପୀଡ଼ିତ ହୋଇ ଡେଲାଙ୍ଗ ଓ କଣାସ ବ୍ଲକ୍‌ର ନିଉଜ୍‌-୭ ସାମ୍ବାଦିକ ଦୀପକ କୁମାର ମିଶ୍ର ଆଜିକୁ ୭ ଦିନ ଧରି ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସେପରି କିଛି ସୁଧାର ଆସି ନ ଥିବା ବେଳେ ପରିବାର ଲୋକେ ଦୁଃଖ ଓ ଆଶଙ୍କା ମଧ୍ୟରେ ଅଛନ୍ତି । ତେବେ ଆଜି ଡେଲାଙ୍ଗ ଯୁବ କଂଗ୍ରେସ ପକ୍ଷରୁ ଯୁବ ନେତା ବିଶ୍ୱରଞ୍ଜନ ବଳବନ୍ତରାୟଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ସଦସ୍ୟ ସୌମ୍ୟରଞ୍ଜନ ବରାଳ, ଯୁବ କଂଗ୍ରେସ ନେତା ଜୟମନ୍ୟୁ ସାମନ୍ତରାୟ, ରାଜେନ୍ଦ୍ର ପଟ୍ଟନାୟକ ଓ ସତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଡେଲାଙ୍ଗ ଷ୍ଟେସନ ବଜାର ଦୀପକଙ୍କ ବାସଭବନରେ ପହଂଚି ତାଙ୍କ ବାପା ବିଜୟ ମିଶ୍ରଙ୍କୁ ଭେଟି ଦୀପକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ବୁଝିବା ସହ ୫ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । କଂଗ୍ରେସରି ଯୁବ ନେତାମାନେ ଦୀପକଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇ ଏହି ବିପଦ ସମୟରେ ଧୈର୍ଯ୍ୟ ରଖିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

twenty + 17 =