csstore

ଏଆଇକେକେଏମ୍‌ଏସ୍‌ର କୃଷି ଓ ଗଣତନ୍ତ୍ର ବଞ୍ଚାଅ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମଗ୍ର ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଇତି ମଧ୍ୟରେ ୭ ମାସ ପୂରିଛି । ଏହି ଉପଲକ୍ଷେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଦିନଟିକୁ କୃଷି ଓ ଗଣତନ୍ତ୍ର ବଞ୍ଚାଅ ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିବା ବେଳେ ଡେଲାଙ୍ଗ ବ୍ଲକ୍‌ ଅଲ୍‌ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଆଜି ବେରବୋଇ ଓ ବରକେରା ସମେତ ଅନ୍ୟାନ୍ୟ ଗ୍ରାମରେ କେନ୍ଦ୍ର ସରକାରଙ୍କ ୩ କଳା କୃଷି ଆଇନ୍‌ ବିରୋଧରେ ତୀବ୍ର ପ୍ରତିବାଦ କରାଯାଇଛି । ଏଥିରେ ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ଼୍‌ ରଘୁନାଥ ଦାସ ଯୋଗ ଦେଇ ସଂପ୍ରତି କେନ୍ଦ୍ରରେ ପ୍ରତିଷ୍ଠିତ ବିଜେପି ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଷେଦ୍‌ଗାର କରିବା ସହ ମୋଦି ସରକାର ନେଉଥିବା ସମସ୍ତ ନୀତି ଗଣତନ୍ତ୍ର ତଥା ଗଣତାନ୍ତ୍ରିକ ରୀତିନୀତିକୁ ହତ୍ୟା କରୁଛି ବୋଲି କହିଥିଲେ । ଏପରିକି ପୂର୍ବତନ କଂଗ୍ରେସ ସରକାରଙ୍କ ୧୯୭୫ ମସିହା ଜାତୀୟ ଜରୁରୀ ପରିସ୍ଥିତିଠାରୁ ଏହା କୌଣସି ଗୁଣରେ କମ୍‌ ନୁହେଁ ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ କମ୍ରେଡ଼୍‌ ଦୀନବନ୍ଧୁ ପରିଡ଼ା, ରାଜ କିଶୋର ଆଳୁକ, ପଦ୍ମଚରଣ ଜେନା, ବଟକୃଷ୍ଣ ସ୍ୱାଇଁ, ତ୍ରିନାଥ ପ୍ରଧାନ ଓ ଗଙ୍ଗାଧର ପ୍ରଧାନ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ୩ଟି କଳା କୃଷି ଆଇନ୍‌କୁ ରଦ୍ଦ କରିବା ପାଇଁ ଦାବୀ କରିଥିଲେ ।

jayashree
Leave A Reply

Your email address will not be published.