pakka

ଦିବ୍ୟାଙ୍ଗ ହୋଇ ମଜୁରୀ କରୁଥିବା ବ୍ୟକ୍ତିଙ୍କୁ ମାସକୁ ୫ ହଜାର ଟଙ୍କାର ସହାୟତା ଦେବାକୁ ନିବେଦନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟରେ ଦିବ୍ୟାଙ୍ଗ ହୋଇ ମଜୁରୀ କରୁଥିବା ବ୍ୟକ୍ତିମାନଙ୍କୁ ମାସକୁ ୫ ହଜାର ଟଙ୍କାର ସହାୟତା ଦେବାକୁ ନିବେଦନ କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ଜଣେ ଦିବ୍ୟାଙ୍ଗ ନିଜ ପରିଶ୍ରମରେ ପରିବାର ଭରଣ ପୋଷଣ କରୁଛନ୍ତି । ସେ ହେଉଛନ୍ତି ଦୁଷ୍ମନ୍ତ ପଟେଲ, ଜନ୍ମରୁ ସେ ବିକଳାଙ୍ଗ । ହେଲେ ପରିବାରର ବୋଝ ପାଇଁ ସେ ଦୈନିକ ୨୦୦ ଟଙ୍କାରେ ମଜୁରୀ କରି ପରିବାର ପୋଷଣ କରୁଛନ୍ତି । ସରକାରଙ୍କ ତରଫରୁ ଦୁଷ୍ମନ୍ତଙ୍କୁ ୫୦୦ ଟଙ୍କା ବିକଳାଙ୍ଗ ଭତ୍ତା ଦିଆଯାଉଛି । ହେଲେ ଏହି ଟଙ୍କା ସମୁଦ୍ରକୁ ସଙ୍ଖେ ମାତ୍ର । ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅଜିତ କୁମାର ଯୋଶୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଯେ, ରାଜ୍ୟରେ ଥିବା ଏହି ଭଳି ବିକଳାଙ୍ଗ ହୋଇ ମଜୁରୀ ଲାଗିଥିବା ବ୍ୟକ୍ତିମାନଙ୍କୁ ମାସକୁ ୫୦୦୦ ଟଙ୍କାର ସହାୟତା ଦେବାକୁ ନିବେଦନ କରିଛନ୍ତି । ସରକାର ଯଦି ଏଥିପ୍ରତି ଧ୍ୟାନ ଦେବେ ଦିବ୍ୟାଙ୍ଗମାନେ ଉପକୃତ ହେବେ ବୋଲି ଆଶା କରିଛନ୍ତି ।

Leave A Reply

Your email address will not be published.

three × two =