pakka

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ ପରିସରରେ ବିଦ୍ୟୁତ ବିଭାଗ ଏସଡିଓ ପୁରନ୍ଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଏସଡିଓ ସୁଜିତ ବେହେରା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଭରତ ଚନ୍ଦ୍ର ଭୋଇ, ସମ୍ମାନିତ ଅତିଥି ଭାବେ ଶ୍ରୀକାନ୍ତ ସାହୁ, ଅମରେସ କନ୍ଧ, ବିନୋଦ ବିହାରୀ ଦାସ ଯୋଗ ଦେଇ ଅବସର ନେଉଥିବା ଏସଡିସି ଜଗବନ୍ଧୁ ପୋଥାଲଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ଅବସର ନେଉଥିବା ଶ୍ରୀ ପୋଥାଲଙ୍କୁ ଅତିଥିମାନେ ଉପଢୌକନ ସହ ପେନସନ୍‌ କାଗଜ ପତ୍ର ଦେଇ ସମ୍ମାନିତ କରିଥିଲେ । ସଭାରେ ସୁଧାକର ଗଡତିଆ, ଶଶାଙ୍କ ଶେଖର ସାହୁଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ । ବଡ ଶତପଥୀ ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × four =