pakka

କ୍ଲିନ୍ ଆଣ୍ଡ ଗ୍ରୀନ ଏବଂ ମିଶନ ସନ୍‌ଡେ ତରଫରୁ ମିଳିତ ସଫେଇ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସିଭିଲ ଟାଉନ୍ ସ୍ଥିତ କେତିକେ ହସ୍ପିଟାଲ ସାମନା ଏବିଏମ୍‌ ପାର୍କରେ କ୍ଲିନ୍ ଆଣ୍ଡ ଗ୍ରୀନର ରବିବାସରୀୟ ସଫେଇ କାର୍ଯ୍ୟକ୍ରମ ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ ଓ ସମ୍ପାଦକ ପ୍ରଦୀପ ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଦୁଇଟି ଆଶ୍ଚର୍ଯ୍ୟ ଘଟଣା ଘଟିଛି । ପ୍ରଥମରେ ଆମର ଦେବଙ୍ଗତ ସଦସ୍ୟ ସୁବାସ ସିଂଙ୍କ ଧର୍ମପତ୍ନୀ ସହଯୋଗ କରିଥିଲେ । ଦ୍ଵିତୀୟରେ ପୁରୁଣା ଅନୁଷ୍ଠାନ ମିଶନ ସନ୍‌ଡେର କିଛି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ କାର୍ଯ୍ୟକ୍ରମ ସମ୍ପନ୍ନ ହେଲା । ଡାକ୍ତର ଦେବେନ୍ଦ୍ର ସେଠୀ ଦୁଇ ପକ୍ଷକୁ ମିଳିତ ଭାବେ ସମ୍ବୋଧନ ଦେଇ କହିଲେ ଆମେ ଯଦି ମିଳିତ ଭାବରେ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦନ କରିବା ତେବେ ଆମର ମିଶନ ଯୋଜନାରେ ଲକ୍ଷ ନିଶ୍ଚୟ ପୁରଣ ହେବ ।

Leave A Reply

Your email address will not be published.

twelve + eight =