pakka

ବଡ ଭାଇକୁ ବିଭତ୍ସ ଭାବେ ହତ୍ୟା କଲା ସାନ ଭାଇ

bbehera

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆଜି ସକାଳୁ ଭବାନୀପାଟଣା ଅନ୍ତର୍ଗତ ପଣ୍ଡି ଗାଁରେ ଏକ ବିଭତ୍ସ ହତ୍ୟା କାଣ୍ଡ ଘଟିଯାଇଛି । ସାମାନ୍ୟ ବଚସାରୁ ଉତ୍ୟକ୍ତ ହୋଇ ସାନ ଭାଇ ବଡ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଖବର ମିଳଛି । ବଡ ଭାଇର ଘଟଣା ସ୍ଥଲରେ ହିଁ ପ୍ରାଣ ବାୟୁ ଉଡି ଯାଇଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇ ପଠାଇଥିବା ବେଳେ ସାନ ଭାଇକୁ ଗିରଫ କରି ତଦନ୍ତ ଜାରି ରଖିଛି । ସୂଚନାରୁ ପ୍ରକାଶ ଯେ, ରବିବାର ସକାଳୁ ସକାଳୁ ପଣ୍ଡି ଗାଁର ଘାସିରାମ ଟାକିରିଆ ଓ ତାର ସାନ ଭାଇ ମାରାଦେବ ଟାକିରିଆ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ବଚସା ଧିରେ ଧିରେ ଉଗ୍ରରୂପ ଧାରଣ କରି ମାର୍‌ପିଟକୁ ପହଞ୍ଚିଥିଲା । ଏଥିରେ ଉତ୍ୟକ୍ତ ହୋଇ ସାନ ଭାଇ ମାରାଦେବ ଏକ ଟାଙ୍ଗିଆ ଆଣି ବଡ ଭାଇ ଘାସିରାମ ଉପରେ ଚୋଟ ମାରିଥିଲା । ଏଥିରେ ବଡଭାଇ ଘଟଣା ସ୍ଥଳରେ ହିଁ ଟଳି ପଡିଥିଲା । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

ten − 4 =