pakka

ପାଣି ପଞ୍ଚାୟତର ସଫଳତା : ନୂଆପଡା ଜିଲ୍ଲାର ଧାରୋଇ ଗ୍ରାମରେ ଜଳ ସଂରକ୍ଷଣ ସହିତ ଚିନାବାଦାମ ଚାଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାଇପାଳ ଜଳସେଚନ ପ୍ରକଳ୍ପ ନୂଆପଡା ଜିଲ୍ଲାର ନୂଆପଡା ବ୍ଲକ ଓ ବରଗଡ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପର ୨୨୬୧.୪୪ ହେକ୍ଟର ଅଞ୍ଚଳରେ ୫ଟି କାର୍ଯ୍ୟକ୍ଷମ ପାଣି ପଞ୍ଚାୟତ ଜଳ ସେଚନ ପରିଚାଳନା ଓ ରକ୍ଷଣାବେକ୍ଷଣରେ ଅଂଶଗ୍ରହଣ କରିଥାନ୍ତି । ସେଠାକାର କୃଷକମାନଙ୍କର ଦାବୀ ଅନୁସାରେ ସାଇପାଳ ଜଳସେଚନ ପ୍ରକଳ୍ପରେ କଂକ୍ରିଟ ଲାଇନଡ୍‌ କ୍ଷେତ୍ରନାଳୀମାନ ନିର୍ମାଣ କରାଯାଇଛି । ଧାରୋଇ ଗ୍ରାମର ଠାକୁରସାହି ପାଣି ପଞ୍ଚାୟତ ଚାଷୋପଯୋଗୀ ଜମିରେ ମିଳୁଥିବା ଜଳର ସଦୁପଯୋଗ କରି ମିଶ୍ରିତ ଫସଲ ଚାଷ କରିବା ପାଇଁ ସ୍ଥିତ କରିଥିଲେ । ବାସୁଦେବ ବାନ୍‌ହା ଓ ଇନ୍ଦ୍ରମଣି ଭୁଇ ଆଦି ୨୫ ଜଣ ଚାଷୀ ୨୫ ଏକର ଜମିରେ ଚିନାବାଦାମ ଚାଷ କରିଥିଲେ । ଅମଳ ହୋଇଥିବା ଫସଲର ଲାଭଜନକ ବଜାରୀକରଣକୁ ଦୃଷ୍ଟିରେ ରଖି ପଡୋଶୀ ଚାଷୀମାନେ ଆଗାମୀ ବର୍ଷ ଫସଲ ବିବିଧିକରଣ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଜଳସମ୍ପଦ ବିଭାଗ ଅଧିନରେ ଥିବା ସେଞ୍ଚାଚଳ ଉନ୍ନୟନ ଡିଭିଜନ ନଂ-୯, ନୂଆପଡା ଦ୍ୱାରା ନିର୍ମିତ କଂକ୍ରିଟ କ୍ଷେତ୍ରନାଳୀ ସହାୟତାରେ ମିଳୁଥିବା ଜଳକୁ ନିୟନ୍ତ୍ରିତ ଭାବରେ ଉପଯୋଗ କରି ଜଳ ସଂରକ୍ଷଣ ସହିତ ଫସଲ ବିବିଧିକରଣ ଦ୍ୱାରା ଲାଭଜନକ ବ୍ୟବସାୟ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ସେମାନଙ୍କର ପୂର୍ବରୁ ରହିଥିବା ପାରମ୍ପରିକ ପଦ୍ଧତିରେ ଚାଷ କରିବାର ଧାରଣାକୁ ବଦଳାଇ ଦେଇଛି ।

Leave A Reply

Your email address will not be published.

seventeen − ten =