pakka

ତେତେଲପଡାରେ ଶ୍ରୀ ଜଗନ୍ନାଥ ମନ୍ଦିର କୁମ୍ଭଭରଣ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ ତେତେଲପଡା ଗାଁରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଜି କୁମ୍ଭଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କୁମ୍ଭଭରଣ ଉତ୍ସବରେ ତେତେଲପଡା ଗ୍ରାମବାସୀଙ୍କ ନେତୃତ୍ୱରେ ସକାଳରେ ସଂକୀର୍ତ୍ତନ ଦଳ ସହିତ ଶଙ୍ଖ ଘଣ୍ଟରେ ଭରି ଉଠିଥିଲା । କର୍ତ୍ତା ଭାବରେ ଅଖଣ୍ଡନନ୍ଦ ଠାକୁର ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ପ୍ରମୋଦ ଠାକୁର ରହିଥିଲେ । ମନ୍ଦିର ନିର୍ମାଣ ମହାରଣା ରାଜା ପ୍ରଧାନଙ୍କ ସହିତ ତାଙ୍କ ସହଯୋଗୀମାନେ ଉପସ୍ଥିତ ଥିଲେ । ଏହି କୁମ୍ଭଭରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପଣ୍ଡିତ ରୁଦ୍ର ଖମାରି ଉପସ୍ଥିତ ଥିଲେ । କମିଟିର ସଭାପତି ପ୍ରମୋଦ କୁମାର ଠାକୁର, ସଂପାଦକ ରିସେସନ ବେହେରା, କୋଷାଧ୍ୟକ୍ଷ ଦୁଃଶାସନ ବେହେରା, ନରସିଂହ ବେହେରା, ଲକ୍ଷ୍ମଣ ଷାଣ୍ଢ, ଉପେନ୍ଦ୍ର ଖମାରି, ଧରିଣୀ ବେହେରା ତଥା ସମସ୍ତ ଗ୍ରାମବାସୀମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

14 + nineteen =