ଏସ୍‌ଟିଏଫ୍‌କୁ ମିଳିଲା ବଡ ସଫଳତା : ୧ କେଜି ୨୨୭ ଗ୍ରାମ୍‌ର ବ୍ରାଉନସୁଗାର ଜବତ, ୧ ଗିରଫ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଏସ୍‌ଟିଏଫ୍‌କୁ ମିଳିଲା ବଡ ସଫଳତା । ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ୧ କେଜି ୨୨୭ ଗ୍ରାମ୍‌ର ବ୍ରାଉନସୁଗାର ଜବତ ସହ ଜଣେ ମାଫିଆଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗିରଫ ହୋଇଥିବା ଯୁବକ ଜଣକ ଜଟଣୀ ମୁଣ୍ଡିଆ ସାହିର ଶିବ ପ୍ରସାଦ ଦାସ ବୋଲି ଜଣାପଡିଛି । ଶିବ ପ୍ରସାଦଙ୍କ ନିକଟରୁ ଆନୁମାନିକ ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏକ ଦାମୀ ବାଇକ୍ ଜବତ କରିଥିବା ସୂଚନା ମିଳିଛି । ତେବେ ଏହି ରାକେଟ୍‌ରେ ଆଉ କିଏ ସାମିଲ ରହିଛନ୍ତି ସେନେଇ ଏସଟିଏଫ୍ ତଦନ୍ତ କରୁଥିବା ଜଣାପଡିଛି । ଏନେଇ ଏସ୍‌ଟିଏଫ୍ ଡିଆଇଜି ଜୟ ନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

sixteen + ten =