ଷଡ଼ ବଂଶୀୟ ଗୋଁଡ଼ ସମାଜ ପକ୍ଷରୁ ସଚେତନତା ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଷଡ଼ ବଂଶୀୟ ଗୋଁଡ଼ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଲୋଇସିଂହା ସ୍ଥିତ ମାରୱାଡ଼ି ଧର୍ମଶାଳାରେ ସଂଘର ସଦସ୍ୟ ବିରବର ଧରୁଆଙ୍କ ସଭାପତିତ୍ୱରେ ଏକ ସାମାଜିକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମାଜର ପରମ୍ପରା, ସାଂସ୍କୃତିକୁ କିଭଳି ରକ୍ଷା କରାଯାଇପାରିବ ତା’ ଉପରେ ଆଲୋଚନା କରାଯାଇଥିଲା । ସମାଜର ବରିଷ୍ଠ ସଦସ୍ୟ ଜଗଦିଶ ଧରୁଆ, ଦ୍ୱିଜ ଦଳପତି, ସେବାକର ମଲ୍ଲିକ, ମକରଧ୍ୱଜ ଧରୁଆ, ବିଘ୍ନରାଜ ଧରୁଆ, ଏ୍ୟୖବଲ୍ୟ ଛତ୍ରିଆ, ବିକ୍ରମ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂପାଦକ ନବୀନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

20 − nine =