csstore

ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବଭାରତୀୟ ଅଖଣ୍ଡ ଭୂୟାଁ ସମାଜ ରାଉରକେଲା ଶାଖା ଆନୁକୂଲ୍ୟରେ ଛେଣ୍ଡ ବସ୍ତି ସ୍ଥିତ ମାଦ୍ରିକାଲୋ ଭବନ ଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶରତ ସାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଓ ସନ୍ତୋଷ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ନେତା ଧୀରେନ ସେନାପତି, ଡ. ପ୍ରଫୁଲ୍ଲ ମାଝୀ, ପ୍ରତାପ ନାରାୟଣ ସିଂ, ରଘୁନାଥ ବେହେରା, ଗୁପ୍ତେଶ୍ୱର ସିଂ, ଅଶୋକ ନାଏକ, ଉଦୟପ୍ରତାପ ସିଂ, ଶଶିଭୂଷଣ ନାଏକ, ବିମ୍ବାଧର ଅମାତ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଗଣପର୍ବ ସମସ୍ତଙ୍କ ପାଇଁ ସୁଖଶାନ୍ତି ଆଣିଦେଉ ବୋଲି ଆଶା ପ୍ରକଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଫକୀର ନାଏକ, ଉଦିତ ଅମାତ, ସୁଶୀଲ ସା, ବସନ୍ତ ସା, ରାଜନ ନାଏକ, ଇନ୍ଦ୍ର ମଲ୍ଲିକ, ଆଦିତି ନାଏକ, ନିରଞ୍ଜନ ବେହେରା, ସାରଦା ସା, ଭୋଳା ନାଏକ, ତ୍ରିଲୋଚନ ସା, ସତ୍ୟ ନାରାୟଣ ନାଏକ, ବିକ୍ଳବା ନାଏକ ଏବଂ ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।

jayashree
Leave A Reply

Your email address will not be published.