csstore

ବ୍ଲକସ୍ତରୀୟ କୃମିନାଶକ ସଚେତନତା କର୍ମଶାଳା ଅନୁଷ୍ଠିତ

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଏକ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୧୨ରୁ ସମସ୍ତ ଶିଶୁ ଓ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ବଟିକା ଖାଇବାକୁ ଦିଆଯିବାର ବ୍ୟବସ୍ଥା ସହ ବାଦ ପଡିଥିବା ପିଲାଙ୍କୁ ୧୯ ତାରିଖରେ କିପରି ଦିଆଯାଇ ପାରିବ ସେ ନେଇ କର୍ମଶାଳାରେ ମାର୍ଗ ଦର୍ଶନ ଦିଆଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ଶୁଭେନ୍ଦୁ ସାଗର, କୁମାର ନାଏକ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସରୋଜିନୀ ସେଠୀ, ବିପିଏମ୍‌ ଦୀପକ କୁମାର ନାୟକ, କର୍ମଶାଳାରେ ସମସ୍ତ ତଥ୍ୟ ମାର୍ଗଦର୍ଶନ ଦେଇଥିଲେ । କର୍ମଶାଳାରେ ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ, ଏବିଇଓ ସଚ୍ଚିଦାନନ୍ଦ ସେଠୀ ଓ ଗୌରାଙ୍ଗ ଚରଣ ଖିଲାର, ସିଡିପିଓ ବିଜୟ ଲକ୍ଷ୍ମୀ ମାରାଣ୍ଡି, ସମସ୍ତ ସାଧନ କେନ୍ଦ୍ରର ସଂଯୋଜକ, ସମସ୍ତ ଆଇସିଡିଏସର ପରିଦର୍ଶିକା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ ।

jayashree
Leave A Reply

Your email address will not be published.