pakka

ବ୍ଲକ୍ କଳା ସଂସ୍କୃତି ସଂଘ ପକ୍ଷରୁ ଗ୍ରାମାଞ୍ଚଳରେ ସଞ୍ଚାର, ନଚନିଆଁ ଓ ସଙ୍ଗୀତ ମାଧ୍ୟମରେ କରୋନା ସଚେତନତା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ମ‌ହାମାରୀ କରୋନା କବଳରେ ସାରା ବିଶ୍ବ କବଳିତ । କରୋନା ଟିୀକା ନ ଆସିବା ପର୍ୟ୍ୟନ୍ତ ସଚେତନତା ହିଁ ଜନସାଧାରଣଙ୍କ ପାଇଁ ରକ୍ଷା କବଚ । ଏଭଳି ମନୋଭାବ ନେଇ ସୋମବାର ଦିନ ଦେଓଗାଁ ବ୍ଲକ କଳା ସାଂସ୍କୃତିକ ସଂଘ ତରଫରୁ ସଂଘର ଉପସଭାପତି ସୁଦାମ ବିଶିଙ୍କ ଉଦ୍ୟମରେ ଦେଓଗାଁ ବ୍ଲକ ସିଂହାମୁଣ୍ଡା ଓ ଦେଷଣ୍ଡ ପଞ୍ଚାୟତର ବିଭିନ୍ନ ଗାଁରେ ସଞ୍ଚାର ମାଧ୍ୟମରେ କରୋନା ସଚେତନତା କରାଯାଇଛି ।

ଶଶି ଭୂଷଣ ବାଗ ଓ ତାଙ୍କ ସାଥୀଙ୍କ ଦ୍ଵାରା ସଞ୍ଚାର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କପିଳ ବୁଡେକ, ଅର୍ଣ୍ଣ ନନ୍ଦ ଓ ତାଙ୍କ ସାଥୀଙ୍କ ଦ୍ଵାରା ନଚନିଆଁ ଏବଂ ପ୍ରଦୀପ ଚନ୍ଦନ ଓ ତାଙ୍କ ସାଥୀଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରି କରୋନା ସଚେତନତା କରାଯାଇଥିଲା ।

jay balangir
Leave A Reply

Your email address will not be published.

7 + 7 =