ଜନଶୂନ୍ୟରେ ଦେଝାରରୁ ବାହାରିଲେ ଦେବୀ ପାଟଖଣ୍ଡା : ବଉରାପିଟା, ଲିଙ୍ଗବରଣ, ନିଶିପୂଜା ଆଜି ରାତିରେ ହେବ ଶେଷ : ଆସନ୍ତା କାଲି ଦେବୀଙ୍କ ବାହୁଡ଼ା

ଯାତ୍ରା ସ୍ଥଳୀରେ ୨ସେକ୍ସନ ପ୍ଲାଟୁନ୍ ଫୋର୍ସ ମୁତୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଶହ ଶହ ବର୍ଷ ଧରି ଲୋକଙ୍କ ଗହଳିରେ ଆଧ୍ୟତ୍ମିକ ଭାବାବେଗରେ ହୋଇ ଆସୁଥିବା ପାଟଖଣ୍ଡା ଯାତ୍ରା ସୋମବାର ଦିନ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଆରମ୍ଭ ହୋଇଯାଇଛି । ଏହି ଯାତ୍ରାରେ କୋଭିଡ଼ ନିୟମ ଉଲ୍ଲଙ୍ଘନ ନ ହେବା ପାଇଁ ପୂର୍ବରୁ ଲୋକଙ୍କୁ ସଚେତନ କରାଯାଇଥିଲା । ଯାହାଫଳରେ ସୋମବାର ଅପରାହ୍ନରେ ଗୁଡ଼ଭେଲା ବ୍ଳକ ନଅଗାଁ ମୌଜାରେ ଥିବା ଦେଝାରରୁ ପାଟଖଣ୍ଡା ଦେବୀ ବରୁଆ ଦେହରେ ଅବିର୍ଭାବ ହୋଇ ସାଲେପାଲି ସୋନଗଡ଼ ନଦୀ କୂଳରେ ଥିବା ଉଚ୍ଚବାହାଲି ଯାତ୍ରା ପଡ଼ିଆରେ ପହଞ୍ଚିଥିଲେ । ପାରଂପାରିକ ରୀତିନୀତି ଅନୁସାରେ ଉଚ୍ଚବାହାଲି ପୂଜା ଶେଷ ହେବା ପରେ ସାଲେପାଲି ଛକରେ ଥିବା ବଉରାପିଟାରେ ଦେବୀଙ୍କୁ ବିଶ୍ରାମ ଦିଆଯାଇଥିଲା । ସୋମବାର ରାତିରେ ବଉରାପିଟା, ଲିଙ୍ଗାବରଣ, ନିଶିଗୁଡ଼ି ପୂଜା ଅନୁଷ୍ଠିତ ହେବ । ମାଜିଷ୍ଟ୍ରେଟ ଭାବେ ଦେଓଗାଁ ତହସିଲଦାର ନାରାୟଣ ସାହୁ, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଦେଓଗାଁ ଥାନା ଓଆଇସି ରଞ୍ଜନ ବରିହାଙ୍କ ସମ୍ପୂର୍ଣ୍ଣ ତଦାରଖରେ ୨ସେକ୍ସନ ପୋଲିସ ଫୋର୍ସ ଯାତ୍ରା ପଡ଼ିଆକୁ ଜଗି ରହିଛନ୍ତି । ମଙ୍ଗଲବାର ମଧ୍ୟାହ୍ନରେ ପାଟଖଣ୍ଡା ଦେବୀଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ବୋଲି ଜରାସିଂହା ବ୍ରଜେନ୍ଦ୍ର ନାରାୟଣ ଏଥଲେଟିକ ଏସୋସିଏସନ୍‌ ତରଫରୁ ସୂଚନା ଦିଆଯାଇଛି

Leave A Reply

Your email address will not be published.

9 − eight =