pakka

ଏସବୁ ଅଭ୍ୟାସ ପେଟରେ ବଢ଼ାଏ ଗ୍ୟାସ, ହୁସିଆର୍‌ ହୁଅନ୍ତୁ

bbehera

ନୂଆଦିଲ୍ଲୀ : ପେଟ ସହ ସଂବନ୍ଧିତ ଅନେକ ସମସ୍ୟା ଭିତରେ ପେଟରେ ଗ୍ୟାସ୍‌ ହେବା ଏକ ସାଧାରଣ ସମସ୍ୟା । ଛୋଟରୁ ନେଇ ଯୁବକ ଏବଂ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତ ବୟସର ବ୍ୟକ୍ତିଙ୍କୁ କେବେ ନା କେବେ ଏହି ସମସ୍ୟାର ସାମ୍‌ନା କରିବାକୁ ପଡେ଼ । ତେବେ ପେଟରେ ଗ୍ୟାସ୍‌ ସୃଷ୍ଟି ହେବାର ଅନେକ କାରଣ ହୋଇପାରେ, ଯେମିତି ଅତ୍ୟଧିକ ଭୋଜନ କରିବା, ଅଧିକ ସମୟ ପର୍ଯ୍ୟନ୍ତ ଭୋକରେ ରହିବା, ରାଗ ବା ଚଟ୍‌ପଟି ଖାଦ୍ୟ ଖାଇବା, ଅଧିକ ଗରିଷ୍ଠ ଖାଦ୍ୟ ଖାଇବା, ଠିକ୍‌ ଭାବରେ ନ ଚୋବେଇ ଖାଦ୍ୟ ଖାଇବା, ଅଧିକ ଚିନ୍ତା କରିବା, ମଦ୍ୟପାନ କରିବା ଆଦି କାରଣ ରହିଛି । ଏହାବ୍ୟତୀତ କେତେକ ରୋଗ ପାଇଁ ଗ୍ରହଣ କରାଯାଉଥିବା ଔଷଧ ଯୋଗୁଁ ମଧ୍ୟ ପେଟରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା, ଆପଣଙ୍କ କେଉଁ ସମସ୍ୟା ପେଟରେ ଗ୍ୟାସ୍‌ ସୃଷ୍ଟି କରୁଛି ।

ଯେଉଁମାନେ ବହୁତ ଜଲ୍‌ଦି ଭୋଜନ କରନ୍ତି ସେମାନେ ଠିକ୍‌ ଭାବରେ ଖାଦ୍ୟକୁ ଦାନ୍ତରେ ଚୋବାନ୍ତି ନାହିଁ । ଏହି କାରଣରୁ ଖାଦ୍ୟ ପେଟରେ ପହଂଚିବା ପରେ ଖାଦ୍ୟ ହଜମ୍‌ ହେବାରେ ଅଧିକ ସମୟ ଲାଗେ ଓ ପେଟରେ ଅଧିକ ଗ୍ୟାସ୍‌ ଉତ୍ପନ୍ନ ହୋଇଥାଏ ।

ଯେଉଁମାନେ ସବୁବେଳେ ଚୁଇଂଗମ୍‌ ଚୋବାଉଥାନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ପେଟରେ ଗ୍ୟାସ୍‌ ସମସ୍ୟା ଦେଖାଦିଏ । ଚିକିତ୍ସକଙ୍କ ମତରେ ଏହାର କାରଣ ହେଉଛି, ଚୁଇଂଗମ୍‌ ଚୋବାଇବା ବେଳେ ବ୍ୟକ୍ତି ଜଣକ ଆବଶ୍ୟକତାରୁ ଅଧିକ ମାତ୍ରାରେ ଏୟାର୍‌ କଜ୍ୟୁମ୍‌ କରିଥାଏ । ଏହି ଏୟାର୍‌ ପେଟକୁ ଯିବା ପରେ ଗ୍ୟାସ୍‌ ସମସ୍ୟା ଉତ୍ପନ୍ନ କରେ ।

ପେଟରେ ଗ୍ୟାସ୍‌ ଭରି ହେବାର ଅନ୍ୟ ଏକ ବିଶେଷ କାରଣ ହେଉଛି ସ୍ମୋକିଂ । ସ୍ମୋକିଂ କରିବା ସମୟରେ ବ୍ୟକ୍ତିଙ୍କ ଇଣ୍ଟର୍‌ନାଲ୍‌ ଫଙ୍ଗ୍‌ସନ୍‌ ସହ ସେହି ସ୍ଥିତି ସୃଷ୍ଟି ହୁଏ, ଯାହା ଚୁଇଂଗମ୍‌ ଚୋବାଇବା ବେଳେ ହୋଇଥାଏ । ସ୍ମୋକିଂ ବେଳେ ଆମ ଶରୀରକୁ ଏକ୍‌ସେସ୍‌ ଏୟାର ପ୍ରବେଶ କରେ ଓ ପେଟରେ ଗ୍ୟାସ୍‌ ସୃଷ୍ଟି ହେବାର ମୁଖ୍ୟ କାରଣ ହୋଇଥାଏ ।

କିଛି ପ୍ରକାରର ଔଷଧ ଖାଇବା ପରେ ମୁହଁ ଶୁଖିଲା ଶୁଖିଲା ଅନୁଭବ ହୁଏ । ଏହି କାରଣରୁ ମୁହଁରୁ ଗନ୍ଧ ଆସିବା ତଥା ପେଟରେ ଗ୍ୟାସ୍‌ ସୃଷ୍ଟି ହେବା ସମସ୍ୟା ଦେଖାଦିଏ । ଏଥିପାଇଁ ଆପଣଙ୍କ ସଚେତନ ହେବାକୁ ପଡ଼ିବ, କେଉଁ ଔଷଧ ଖାଇଲେ ଆପଣଙ୍କ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହେଉଛି ।

Leave A Reply

Your email address will not be published.

10 − one =