pakka

ପଦ୍ମପୁର ରାଜାଙ୍କ ‘ଚାନ୍ଦମାରୀ’ ଉତ୍ସବ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଚାଲିଥିବା ତ୍ରିଦିନାତ୍ମକ ଦୁର୍ଗା ପୂଜାର ପୂର୍ଣ୍ଣାହୂତି ପଡି ସାରିଛି । ତିନି ଦିନ ଧରି ପଦ୍ମପୁର ରାଜବାଟୀ ପୂଜା ମଣ୍ଡପ ଠାରେ ପୂଜା ହୋଇ ଆସୁଥିବା ରାଜାଙ୍କର ପାଟଖଣ୍ଡା ସସମ୍ମାନ ସହ ରାଜ ପାରିବାରର ଲୋକ ତଥା ପୂଜକମାନେ ରାଜ ଉଆସକୁ ଫେରେଇ ନେଇଛନ୍ତି । ପରେ ପୁରାତନ ପରମ୍ପରା ଅନୁଯାୟୀ ରାଜ ପରିବାରର ଲୋକେ ରାଜକୀୟ ବେଶରେ ଚାନ୍ଦମାରୀ ପାଇଁ ଯାଇଥାନ୍ତି ।

ଚାନ୍ଦମାରୀ ଅର୍ଥାତ ଲାଖବିନ୍ଧା । ପୁରାତନ କାଳରୁ ଦଶହରା ବୀଜୟା ଦଶମୀରେ ପ୍ରତିବର୍ଷ ଏହି ଚାନ୍ଦମାରୀ ଶୋଭାଯାତ୍ରା ପଦ୍ମପୁର ରାଜବାଟୀରୁ ବାହାରି ଲାଖବିନ୍ଧା ସ୍ଥଳରେ ପହଂଚିବା ସହ ଲାଖବିନ୍ଧାର ପ୍ରତିଯୋଗିତା ଆରମ୍ଭ ହୋଇଥାଏ । ଏହି ଶୋଭାଯାତ୍ରରେ ରାଜ ପରିବାରର ଲୋକେ ନିଜର ପରମ୍ପାରିକ ବସ୍ତ୍ର ପରିଧାନ କରି ରାଜକୀୟ ବେଶରେ ବାହାରିଥାନ୍ତି । ପୁରାତନ ବୋଡାସମ୍ବର ରାଜାମାନଙ୍କ ଶାସନ ଅମଳରୁ ହୋଇ ଆସୁଥିବା ଏହି ରାଜକୀୟ ପରମ୍ପରା ବର୍ତମାନ ମଧ୍ୟ ବହୁ ଧୁମଧାମରେ ପାଳିତ ହୋଇ ଅସୁଛି ।

ଏହି ଦିନ ଦୁର ଦୁରାନ୍ତରରୁ ଲୋକେ ଆସି ଏହି ମନୋରମ ଦୃଶ୍ୟ ଦେଖିବା ପାଇଁ ଲକ୍ଷାଧିକ ସଂଖ୍ୟାରେ ଯୋଗ ଦେଇଥାନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀର ଭୟାବହତା ଏବଂ ସରକାରୀ ନିୟମକୁ ଦୃଷ୍ଟିରେ ରଖି କେବଳ ବିଧି ରକ୍ଷା ପୁର୍ବକ ସାଧାରଣ ଭାବରେ ଘଣ୍ଟ ଶଙ୍ଖ ସହ ଚାନ୍ଦମାରୀ ପାଇଁ ବାହାରି ଥିଲେ ରାଜ ପରିବାର ସଦସ୍ୟ । ଗଣତନ୍ତ୍ରରେ ବି ରାଜତନ୍ତ୍ରର ଆଭାସ ଦୃଶ୍ୟ ପଦ୍ମପୁର ରାଜ ପରିବାରର ଚାନ୍ଦମାରୀ ଉତ୍ସବ । ରାଜ ଭକ୍ତି ଏବଂ ଏକତାର ଅନନ୍ୟ ଉଦାହରଣ ଏହି ଉତ୍ସବ ।

jay balangir
Leave A Reply

Your email address will not be published.

fifteen − thirteen =