csstore

ସାଇବର କ୍ରାଇମ୍ ସଚେତନତା କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ପୁଲିସର ଆହ୍ବାନ କ୍ରମେ ଆଜି ମ.ରାମପୁର ବସଷ୍ଟାଣ୍ଡଠାରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମ.ରାମପୁର ଥାନାଧିକାରୀ ସୁଦର୍ଶନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ମ.ରାମପୁର ତହସିଲଦାର ଜ୍ୟୋସ୍ନା ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ ଯୋଗ ଦେଇଥିଲେ । ଏହି ଅବସରରେ ସମ୍ପ୍ରତି ଦେଖାଯାଇଥିବା ସାଇବର ଠକେଇରୁ ଜନସାଧାରଣ କିଭଳି ମୁକ୍ତି ପାଇବେ ଏବଂ ସଚେତନ ରହିବେ, ସେ ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମ.ରାମପୁର ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.