om academy

ପାଇକମାଲ ବ୍ଲକ ଆତ୍ମା କୃଷକ ଉପଦେଷ୍ଟା କମିଟିର ସଭାପତି ହେଲେ ଯୋଗେନ୍ଦ୍ର ଭୋଇ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଆତ୍ମା କାର୍ଯ୍ୟାଳୟଠାରେ ପ୍ରଥମ ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ କୃଷକ ଉପଦେଷ୍ଟା କମିଟିର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ । ବୈଠକରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ସନ୍ତୋଷ କୁମାର ସାହୁ, ପାଇକମାଲ ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରମୋଦ କୁମାର ଶବର ଓ ବ୍ଲକ ଚେକ୍ନୋଲୋଜି ମ୍ୟାନେଜର ଶ୍ରୀମତୀ ଇପସିତା ଦାଶ ଯୋଗଦାନ କରି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ବୈଠକରେ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କ ଉପସ୍ଥିତରେ ସର୍ବସମ୍ମତି କ୍ରମେ ପାଇକମାଲ ବ୍ଲକ ଆତ୍ମା କୃଷକ ଉପଦେଷ୍ଟା କମିଟିର ସଭାପତି ରୂପେ ଯୋଗେନ୍ଦ୍ର ଭୋଇ, ଉପସଭାପତି ଉମାକାନ୍ତ ଶତପଥୀଙ୍କୁ ମନୋନୟନ କରାଯାଇଥିଲା । ସଭା ଶେଷରେ ସହକାରୀ କୃଷି ଅଧିକାରୀ ଯୋଗେଶ୍ୱର ପଟେଲ ସମସ୍ତ ସଭ୍ୟ ଓ ସଭ୍ୟାମାନଙ୍କୁ ଧନ୍ୟବାଦ ଅର୍ପଣ କରି ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.