ଖୁଟୁଲୁମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ପଣ୍ଡା ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ପଣ୍ଡା ତୁରେକେଲା ବ୍ଳକ ଅନ୍ତର୍ଗତ କନ୍ଦାଗାଡ, ମହୁଲପାଟି, ସର୍ଗୁଲ ବିଦ୍ୟାଳୟରେ ଚାକିରି କରିବା ସହିତ ଖୁଟୁଲୁମୁଣ୍ଡା ବିଦ୍ୟାଳୟରେ ଦୀର୍ଘ କୋଡିଏ ବର୍ଷ ଧରି ଚାକିରି କରୁଥିଲେ । ସେ ଜଣେ ଛାତ୍ରବତ୍ସଳ, ମେଳାପୀ ଶିକ୍ଷକ ଥିଲେ । ଏହି ଅବସରରେ ମହୁଲବାହିଲି କ୍ଳଷ୍ଟର ତରଫରୁ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଅବସର ସମ୍ବନ୍ଧିତ କାଗଜପତ୍ର ହସ୍ତାନ୍ତର କରିଥିଲେ ଓ ଭବିଷ୍ୟତ ଜୀବନ ଆନନ୍ଦରେ କଟିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତାପରେ ଖୁଟୁଲୁମୁଣ୍ଡା ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ପ୍ରାଥମିକ ଶିକ୍ଷକ ସଂଘ( ନୂତନ ପେନସନ ଯୋଜନା)ର ଜିଲ୍ଲା କାର୍ୟ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ କୈଳାଶ ସଗ୍ରିଆ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଶିକ୍ଷକ ଆଦିତ୍ୟ କିଷାନ, ସଭ୍ୟା କୌଶଲ୍ୟା ସଗ୍ରିଆ, ବୈଦେହୀ ବନ୍ଛୋର, ଅହଲ୍ୟା ଥପା ଉପସ୍ଥିତ ଥିଲେ । ଶ୍ରୀ ପଣ୍ଡାଙ୍କୁ ଉପଢୌକନ, ପ୍ରଶସ୍ତି ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଏହି ସଭାରେ ସିଆରସିସି ଶୋଭାବନ ନାଏକ, ମାୟାଧର ସଗ୍ରିଆ, ସଞ୍ଜୟ ବେହେରା, ଗୁରୁପ୍ରସାଦ ଛତ୍ରିଆ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.