pakka

ଆଇନ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଆଲୁମିନୀ ଆସୋସିଏସନ୍‌ର ସଂଗଠନ ସଂପାଦକ ଦେବାଶିଷ ମହାନ୍ତିଙ୍କ ପିତା ସୁଶାନ୍ତ କୁମାର ମହାନ୍ତିଙ୍କ ପରଲୋକରେ ମହାବିଦ୍ୟାଳୟ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟଯେ ଦୁଇ ଦିନ ତଳେ ସ୍ୱର୍ଗତ ମହାନ୍ତି ରାସ୍ତା ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆଲୁମନୀ ଆସୋସିଏସନ୍‌ର ସଭାପତି ଡ଼. ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି ଶୋକସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଭୁରଞ୍ଜନ ପଟ୍ଟନାୟକ, ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତି, ଛାତ୍ରୀ ଦମୟନ୍ତୀ କୁଶଳ, ରମା ଅଗ୍ରୱାଲ, ଗୋଲକ ବିହାରୀ ସିଂ ଓ ଲୋକସଂପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏହି ଅବସରରେ ମହାବିଦ୍ୟାଳୟ ତରଫରୁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ. ପ୍ରଜ୍ଞା ପରମିତା ପଣ୍ଡା, ଡ. ଦିବ୍ୟେନ୍ଦୁ କୁମାର ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ଅମିତା ଜେନା, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଲକ୍ଷ୍ମୀପ୍ରିୟା ସାହୁ, ନନ୍ଦକିଶୋର ମହନ୍ତ, ହୃଦୟରଞ୍ଜନ ମହାନ୍ତି, ଆୟୁଷ୍ମାନ ସାହୁ, ଦେବକୀ କାରୁଆ, ନିତ୍ୟାନନ୍ଦ ବିଶୋଇ, ରବିନ୍ଦ୍ର ବାଲମୁଚୁ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five − five =