jsm

ଶବର ସଂଘ ଉପଖଣ୍ଡସ୍ତରୀୟ ସାଙ୍ଗଠନିକ ସଭା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇନ୍ଦିରାନଗର ଶବରୀ ଧର୍ମଶାଳାଠାରେ ବିଶ୍ୱବସୁ ଶବର ସଂଘର ଉପଖଣ୍ଡସ୍ତରୀୟ ସାଙ୍ଗଠନିକ ସଭା ରବିଚନ୍ଦ୍ର ଝାଙ୍କର ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଶ୍ରୀ ଶ୍ରୀ ଶବରୀ ନାରାୟଣଙ୍କ ପୂଜାର୍ଚ୍ଚନା କରାଯାଇ ସମୂହ ପ୍ରାର୍ଥନା ପରେ ଉପଖଣ୍ଡ ସଭାପତି ରାହାସ ବିହାରୀ ଭୋଇ, ସମ୍ମାନିତ ଅତିଥି ଦିଗାମ୍ବର ବର୍ଗେ, ଅକୃର କାଲସାଏ, ଲଳିତ ମଲ୍ଲିକ ମଂଚାସୀନ ଥିଲେ । ୧୭ ଗୋଟି ଆଞ୍ଚଳିକ କେନ୍ଦ୍ର ମଧ୍ୟରୁ ୧୪ ଗୋଟି ଆଞ୍ଚଳିକ କେନ୍ଦ୍ରର କର୍ମକର୍ତ୍ତା ବୈଠକରେ ଅଂଶଗ୍ରହଣ କରି ରୀତିନୀତି ସୁରକ୍ଷା, କୁସଂସ୍କାର, ଅନ୍ଧ ବିଶ୍ୱାସ ଦୂରୀକରଣ ସହ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏହାକୁ ଲକ୍ଷ୍ୟ ରଖି ଆଗାମୀ ଦିନରେ ସମାଜକୁ ଉଚିତ ମାର୍ଗରେ ଆଗେଇ ନେବାକୁ ଉପଖଣ୍ଡସ୍ତରୀୟ ପରିଚାଳନା କମିଟିକୁ ସର୍ବସମ୍ମତି କ୍ରମେ ରାହାସ ବିହାରୀ ଭୋଇ ସଭାପତି, ଅକୃର କାଲସାଏ ଉପସଭାପତି, ସୁଦର୍ଶନ ବୁଡେକ ସଂପାଦକ, ଚନ୍ଦ୍ରଚୁଡ ବେହେରା ସହ ସଂପାଦକ, ମୋହନ ଭୋଇ କୋଷାଧ୍ୟକ୍ଷ, ସହ କୋଷାଧ୍ୟକ୍ଷ ଦାଶରଥି ମଲ୍ଲିକ ଓ ସଂଗଠକ ରାଜେଶ ଭୋଇ ଏବଂ ସମୀକ୍ଷକ ଅଧିକାରୀ ଭାବେ ରାତୁ କାଲସାଏ ମନୋନୀତ ହୋଇଥିଲେ ।

yuvodaya
Leave A Reply

Your email address will not be published.