pakka

ଅଘଟଣ ଘଟିବାର ତିନି ଦିନ ପରେ ମିଳିଲା ଯୁବକଙ୍କ ଶବ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଜଳଗଣ୍ଡରେ ନିଖୋଜ ଯୁବକଙ୍କ ମିଳିଲା ଶବ । ଋଷିକୂଲ୍ୟା ଜଳଗଣ୍ଡରେ ବୁଡ଼ି ଭାସି ଯାଇଥିବା ଶିକ୍ଷିତ ଯୁବକ ମୀନକେତନ ମହାରଣା (୨୮) ମୃତ ବୋଲି ସାଧାରଣରେ ଜଣାପଡିଛି । ସୂଚନା ଅନୁସାରେ ମୀନକେତନ ମହାରଣା ଛତ୍ରପୁର ସହରଠାରୁ ମାତ୍ର ୧୭ କିମି ଦୂର ଶରଭୂଇଁପୁର ଗ୍ରାମକୁ ବୁଲି ଯାଇଥିଲେ । ଅସାବଧାନତା ବଶତଃ ଯୁବକ ଜଳ ଗଣ୍ଡରେ ପଡ଼ି କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଫାୟାର ବ୍ରିଗେଡ଼ିଅର ଏବଂ ଓଡ୍ରାଫଟିମ୍‌ଙ୍କ ତନାଘନା ପରେ ଗୁରୁବାର ସକାଳେ ବଡ଼ଶଙ୍ଖ ପରିସରର ଏକ ଲଟିରେ ଲାଗିଥିବା ଯୁବକଙ୍କ ମୃତଶରୀର ଉଦ୍ଧାର ହୋଇଛି । ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.

3 × four =