pakka

ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା

bbehera

ନୂଆପଡ଼ା, (ନିରାକାର ମେହେର) : ଲଗାଣ ବର୍ଷାରେ ବେହାଲ ନୂଆପଡ଼ା ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ସାରାବଙ୍ଗ ନିକଟ ପାୱାରତଲା ଠାରେ ବ୍ରିଜ୍ ଭୁଶୁଡି ପଡିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ ପଡୋଶୀ ରାଜ୍ୟ ଛତିଶଗଡ଼କୁ ମଧ୍ୟ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନାନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଉପର ଅଞ୍ଚଳରେ ଥିବା ପତରାଡ୍ୟାମରେ ଜଳ ଭର୍ତ୍ତି ହେବାରେ ଲାଗିଛି । ମଙ୍ଗଳବାର ରାତିରେ ପତରାଡ୍ୟାମର ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା । ଯାହାଦ୍ଵାରା ସାରାବଙ୍ଗ ନିକଟ ପାୱାରତଲା ଠାରେ ହୋସ୍ ପାଇପ୍ ସାହାଯ୍ୟରେ ନିର୍ମାଣ ହୋଇଥିବା ବ୍ରିଜ ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ପାଣି ଚାପରେ ୧୦ଟି ପାଇପ୍ ଭୁଶୁଡି ପଡିଛି । ଫଳରେ ତିନୋଟି ପଞ୍ଚାୟତର ଆମାନାରା, କେନ୍ଦୁବାହାରା ଓ ମୋଟା ନୂଆପଡାର ଖଲନା, ପତାଲଘୁତୁକୁରି, ମୋହରାଡିହି, ପାୱାରତଲା, ବସ୍ତିଡିହି, ବାବନି, ସିରିଗିଡି ଭଳି ପାଖାପାଖି ୩୦ଟି ଗାଁ ସହ ପଡୋଶୀ ଛତିଶଗଡକୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ରାସ୍ତାକୁ ବନ୍ଦ କରି ଦେଇଛନ୍ତି ।

Leave A Reply

Your email address will not be published.

4 × 1 =