pakka

ରାକ୍ଷୀ ବାନ୍ଧିଲେ ଗୀତାଞ୍ଜଳି ସିଂ ଠାକୁର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରକ୍ଷା ବନ୍ଧନ, ଭାଇ ଭଉଣୀର ଏକ ନିଆରା ପରମ୍ପରା କେଉଁ ସମୟରୁ ଚାଳି ଆସିଛି । ରାକ୍ଷୀ ପୂର୍ଣ୍ଣମା ଦିନ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧେ ଓ ଜୀବନ ସାରା ଭଉଣୀକୁ ସୁରକ୍ଷା ଓ ତାର ସୁଖ ଦୁଃଖରେ ଛିଡା ହେବା ପାଇଁ ଭାଇ ସଂକଳ୍ପ ନିଏ । ଆଜି ପାଇକମାଲଠାରେ ଟେମରୀ ଗ୍ରାମର ଶ୍ରୀମତୀ ଗୀତାଞ୍ଜଳି ସିଂ ଠାକୁର ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ରାକ୍ଷୀ ବାନ୍ଧି ଭଉଣୀକୁ ସୁରକ୍ଷା ଦେବା ପାଇଁ ଆଶା କରିଛନ୍ତି । ଶ୍ରୀ ପୁରୋହିତ ଉଭଣୀ ଶ୍ରୀମତୀ ଗୀତାଞ୍ଜଳିର ସୁଖ ଦୁଃଖରେ ଜୀବନ ସାରା ଛିଡା ରହିବା ପାଇଁ ସଂକଳ୍ପ ନେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଶ୍ରୀମତୀ ଠାକୁର ଟେମରୀ ଗ୍ରାମର ସ୍ୱର୍ଗତ ମାଧବ ସିଂ ଠାକୁରଙ୍କ ଧର୍ମପତ୍ନୀ ଅଟନ୍ତି । ଗତ ୨୦୧୦ ମସିହା ଡିସେମ୍ବର ୨୭ ତାରିଖ ଦିନ ଗନ୍ଧମାର୍ଦ୍ଦନ ପାହାଡର ବୋଡାସମ୍ବର ଜଙ୍ଗଲରେ ମାଧବ ସିଂ ଠାକୁରଙ୍କୁ ପୋଲିସ ମାଓବାଦୀ ନାମରେ ଏନକାଉଣ୍ଟର୍‌ କରିଥିଲା । ଏହି ଏନକାଉଣ୍ଟର୍‌ ବିବାଦ ଏବେ ମଧ୍ୟ ଦିଲ୍ଲୀ ମାନବ ଅଧିକାର କମିଶନଙ୍କଠାରେ ବିଚାର ଅଧୀନ ଅଛି । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣମା ଦିନ ଶ୍ରୀମତୀ ଗୀତାଞ୍ଜଳି ନିଜର ଭାଇ ଭାବେ ଶ୍ରୀ ପୁରୋହିତଙ୍କୁ ଆଦରି ନେଇ ରାକ୍ଷୀ ବାନ୍ଧିଥାନ୍ତି । ଶ୍ରୀମତୀ ଠାକୁରଙ୍କ ୩ଟି ଝିଅ ଏବେ ପଦ୍ମପୁର ଜେନିତ୍ ଏକାଡେମୀରେ ପାଠ ପଢୁଛନ୍ତି ।

Leave A Reply

Your email address will not be published.

nineteen − 1 =