pakka

ଫେଲ୍‌ ମାରିଲା ମହାପ୍ରୟାଣ : ସଂକଳ୍ପ ରଥରେ ବୁହାହେଲା ଶବ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ମୃତ ଶରୀର ଏକ ହୋଟେଲ ପରିସରରୁ ଉଦ୍ଧାର ହେବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଗତକାଲି ଶବ ବ୍ୟବଛେଦ ହୋଇନପାରି ଆଜି ସକାଳେ ଅର୍ଥାତ ମଙ୍ଗଳବାର ଦିନ ଗୋଟାଏରେ ଶବ ବ୍ୟବଚ୍ଛେଦ ପରେ ଝିଅର ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା ବରଗଡ଼ ପୋଲିସ କିନ୍ତୁ ମୃତ ଶରୀର ନେବାକୁ ମହାପ୍ରୟାଣ ଗାଡି ନପାଇ ପରିବାର ଲୋକେ ବେଶ କିଛି ସମୟ ହଟହଟା ହୋଇଥିଲେ ପରେ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରର ସାହାଯ୍ୟରେ ସଂକଳ୍ପ ରଥରେ ମୃତ ଶରୀରକୁ ପରିବାର ଲୋକେ ନିଜ ଗ୍ରାମ ଗାଇସିଲେଟ ବ୍ଲକ ଲେହୁଣିପଦରକୁ ନେଇ ଯାଇଥିଲେ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରମ୍ଭରୁ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଆସୁଥିବା ବେଳେ ଅନେକ ସମୟରେ କାର୍ଯ୍ୟରତ କର୍ମଚାରୀଙ୍କ ଅବହେଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିବାଦଘେରକୁ ଟାଣି ଅଣୁଥିବା ପରିଲକ୍ଷିତ ହେଉଛି । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଏକମାତ୍ର ମହାପ୍ରୟାଣ ଗାଡି ଯାହା ବର୍ଷକୁ ୧୨ ମାସରେ ୧୩ ଥର ଖରାପ ହେଉଥିବା ଦେଖିବାକୁ ମିଳୁଛି । ସାମାନ୍ୟ ତ୍ରୁଟି ରହିଥିଲେ ମଧ୍ୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ତାହା ମାସ ମାସ ପର୍ୟ୍ୟନ୍ତ ଠିକ୍‌ ହୋଇପାରୁନାହିଁ । କାରଣ ଗାଡି ଚଳୁ ଅବା ନଚଲୁ ମହାପ୍ରୟାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦରମା କାଟ ହୋଇନଥାଏ ଏଣୁ ସେମାନେ ତାକୁ ଗୁରୁତ୍ତତ୍ୱ ଦେଉନଥିବା ଅଭିଯୋଗ ହେଉଛି । ଏପଟେ ସରକାରୀ ଶବ ବାହାକ ଗାଡି ନପାଇ ମୃତକଙ୍କ ପରିବାର ଲୋକେ ଘରୋଇ ଗାଡି ଭଡାରେ ନେବା ପାଇଁ ବାଧ୍ୟ ହେଉଛନ୍ତି । ସରକାରୀ ଗାଡ଼ିରେ ମାଗଣାରେ ଉକ୍ତ ସୁବିଧା ଉପଲବ୍ଧ ହେଉଥିବା ବେଳେ ଘରୋଇ ଗାଡ଼ିରେ ନିର୍ଦ୍ଧାରିତ ମୂଲ୍ୟରୁ ତିନିରୁ ଚାରି ଗୁଣା ଅଧିକ ଦେଇ ମୃତକଙ୍କ ପରିବାର ଲୋକେ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି । ଏପଟେ ଅନେକ ସମୟରେ ଏତେକ ଟଙ୍କା ପଇଠ କରିନପାରିବାରୁ ଚିକିତ୍ସାଳୟ ବାରଣ୍ଡାରେ ୧୫ ରୁ ୨୦ ଘଣ୍ଟା ପର୍ୟ୍ୟନ୍ତ ମୃତ ବ୍ୟକ୍ତିଙ୍କ ଶବ ପଡିରହୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ସରକାରୀ ଯୋଜନାରେ ରହିଥିବା ମହାପ୍ରୟାଣ ଗାଡି ବରଗଡ଼ ଜିଲ୍ଲାରେ ଫେଲ ମାରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

4 × three =