pakka

ବିଧାୟକ ସରୋଜ ମେହେରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଉପନିୟୋଜନ କାର୍ଯ୍ୟାଳୟରେ ତାଲା

kalikesh
  • ଦରମା ମିଳୁଛି ଭତ୍ତା ତ ମିଳୁଛି ଅଫିସ ନ ଗଲେ ଚଳିବ ନୀତିରେ ଅଧିକାରୀ : କ୍ଷୋଭ ପ୍ରକାଶ କଲେ ବିଧାୟକ ସରୋଜ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଗତକାଲି ବିଧାୟକ ଶ୍ରୀ ମେହେର କାର୍ଯ୍ୟାଳୟକୁ ଯାଇ ପରିଦର୍ଶନ କରିବା ସହ କାର୍ଯ୍ୟାଳୟରେ ରହିଥିବା ଅନେକ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସେ ପ୍ରଥମେ ବ୍ରହ୍ମପୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଡାକ୍ତରଖାନାକୁ ଯାଇ ୱାର୍ଡ କୁ ୱାର୍ଡ ବୁଲି କିପରି ରୋଗୀ ସେବା ଚାଲିଛି ପଚାରି ବୁଝିଥିବା ବେଳେ ଉପଖଣ୍ଡ ଡ଼ାକ୍ତରଖାନାର ସମସ୍ୟା ଉପରେ ଚିକିତ୍ସାଧିକାରୀ ପିତବାସ ସାଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଇଲେକ୍ଟ୍ରିକ ଅଫିସକୁ ଯାଇ ଇଲେକ୍‌କ୍ଟ୍ରିକ ବିଭ୍ରାଟକୁ ନେଇ ବିଭାଗୀୟ ଅଧିକାରୀ ସହିତ ଆଲୋଚନା କରିଥିଲେ ଏବଂ କିପରି ଏହାର ସମାଧାନ ହୋଇପାରିବ ସେ ଉପରେ ବିଧାୟକ ଶ୍ରୀ ମେହେର ଏସ୍‌ଡିଓଙ୍କୁ ତାଗିଦ୍ କରିଥିଲେ । ସହରର ବିଭିନ୍ନ ସ୍ଥାନରେ ନୂତନ ବିଦ୍ୟୁତ ସଂଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ବିଧାୟକ ଉପନିୟୋଜନ କାର୍ଯ୍ୟାଳୟକୁ ପରିଦର୍ଶନ କରିବା ପାଇଁ ପହଞ୍ଚିଥିଲେ ହେଲେ କାର୍ଯ୍ୟାଳୟ ବନ୍ଦ ରହିଥିଲା । ବିଧାୟକ ଶ୍ରୀ ମେହେର କାର୍ଯ୍ୟାଳୟ ବନ୍ଦ ରହିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଗତ କିଛି ଦିନ ଆଗରୁ ଉପନିୟୋଜନ କାର୍ଯ୍ୟାଳୟ ବନ୍ଦ ରହିଥିବା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା । ବିଧାୟକ ଶ୍ରୀ ମେହେର ଉପନିୟୋଜନ କାର୍ଯ୍ୟାଳୟ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଡାକି ଏହା ଉପରେ ଆଲୋଚନା କରାଯିବ ବୋଲି କହିଛନ୍ତି । ଏହି ଦିନ ମଧ୍ୟ ଉପନିୟୋଜନ କାର୍ଯ୍ୟାଳୟରେ ଦୂରଦୂରାନ୍ତରୁ ଆସିଥିବା ବହୁ ଶିକ୍ଷିତ ଯୁବକ ଯୁବତୀମାନେ ବିଭିନ୍ନ ଚାକିରି ଆବେଦନ ପାଇଁ ନାମ ପଞ୍ଜିକରଣ କରିବା ପାଇଁ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଆସିବା ବାଟକୁ ଚାହିଁ ରହିଥିଲେ । ବହୁ ଥର ଉପନିୟୋଜନ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି ବୋଲି ବିଧାୟକଙ୍କ ଆଗରେ ଯୁବକ ଯୁବତୀ ମାନେ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ମେହେର ଦୁଇ ଦିନ ମଧ୍ୟରେ ଦାୟିତ୍ଵରେ ଥିବା ଅଧିକାରୀଙ୍କ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ବିଧାୟକ ଶ୍ରୀ ମେହେର କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ବୋଲି ମତପ୍ରକାଶ ପାଉଛି ।

pp
Leave A Reply

Your email address will not be published.

2 × five =