jsm

ତାଲପାଲିପଡାରେ ରାଧାକୃଷ୍ଣ ଉନ୍ନୟନ ପରିଷଦର ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ୱାର୍ଡ ନଂ.୪ ପୌରାଞ୍ଚଳ ତାଲପାଲିପଡା ପିଏଚ୍‌ଡି ପାଣିଟାଙ୍କି ନିକଟରେ ଗଢି ଉଠିଥିବା ନୂତନ ଜନବସତିରେ ରିଟାୟଏଡ୍‌ ପୋଲିସ ଆସିଷ୍ଟାଣ୍ଡ ସବ୍‌ ଇନସପେକ୍ଟର ବସନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅଞ୍ଚଳର ଡାକ ଯୋଗାଯୋଗ ନିର୍ଭୁଲ କରିବା ପାଇଁ ସର୍ବ ସମ୍ମତ୍ତିକ୍ରମେ ଉକ୍ତ ନୂତନ ଜନବସତିର ନାମ ରାଧାକୃଷ୍ଣ ନଗର ରଖାଯାଇଥିଲା ଓ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଧାକୃଷ୍ଣ ନଗର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀରେ ବସନ୍ତ ମହାନ୍ତି, ରାଧାକାନ୍ତ ସ୍ୱାଇଁ, ନବୀନ ମିଶ୍ର, ଶିବ ଦାସ, ଗୋପୀନାଥ ସ୍ୱାଇଁ, ବାସୁଦେବ ମେହେର, ଭାଷ୍କର ସାହୁଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ କମିଟିରେ ସଭାପତି ପରୀକ୍ଷିତ ଶତପଥି, ଉପସଭାପତି ସୁନିଲ କୁମାର ବେହେରା, ସଂପାଦକ ଅନିଲ ରଣା, ସହ ସଂପାଦକ ସୂର୍ଯ୍ୟ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ପୁରୁଷୋତ୍ତମ ମେହେର, ସହକୋଷାଧ୍ୟକ୍ଷ ସଞ୍ଜିବ ମେହେର, ଅଡିଟର ପ୍ରେମାନନ୍ଦ ଗୁରୁଙ୍କୁ ସର୍ବ ସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ପରମେଶ୍ୱର ସ୍ୱାଇଁ । ସମସ୍ତ ପଡାବାସୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.