ସାର କଳାବଜାରୀକୁ ବିରୋଧ କରି ଖପ୍ରାଖୋଲ କୃଷି ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା : ୟୁରିଆ ସହିତ ଭିଟାମିନ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ କେତେକ ସାର ଦୋକାନରେ ୟୁରିଆ ସାର କିଣିବା ବେଳେ ଚାଷୀ ହଇରାଣ ହେଉଥିବା ଓ ସାର କଳାବଜାରୀ ସହ ଚଢ଼ା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକରେ ସାର କଳାବଜାରୀ ହେଉଥିବା ଓ ବିଭିନ୍ନ ପ୍ରକାର କୀଟନାଶକ, ସାର ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ୟୁରିଆ ସାର ସରକାରୀ ଧାର୍ଯ୍ୟ ଦରରୁ ଚଢା ଦରରେ ବିକ୍ରି କରାଯାଉଥିବା ବେଳେ ଚାଷୀ ବେପାରୁଆ ଲାଭଖୋର ବେପାରୀ ମାନଙ୍କ ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଛନ୍ତି । ୟୁରିଆ ସାର ସହିତ ଭିଟାମିନ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯାଉଛି ବୋଲି ମଧ୍ୟ ଚାଷୀମାନେ ପ୍ରକାଶ କରିଛନ୍ତି । ଚାଷୀ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ନାହାନ୍ତି । ଶେଷରେ ଚାଷୀ ବାଧ୍ୟ ହୋଇ ଖପ୍ରାଖୋଲସ୍ଥିତ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀ ନେତା ଇନ୍ଦ୍ରମଣି ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ସାର କଳାବଜାରୀ ରୋକିବାକୁ ଦାବୀ କରିଥିଲେ । ଖପ୍ରାଖୋଲ ବ୍ଳକରେ ସାର ଓ ବିହନ, କୀଟନାଶକ କୃଷି ଯନ୍ତ୍ରପାତି ମହଜୁଦ ନଥିବାରୁ ଚାଷୀମାନେ କଳାବେପାରୀ ମାନଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସାର ଗୋଦାମରେ ମହଜୁଦ ନରଖି ଅନ୍ୟତ୍ର ରହି ଚଢା ଦରରେ ବିକୁଥିବା ଚାଷୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବୀ ହେଉଛି । ଯଦି ଆଗାମୀ ଦିନରେ ସରକାର ଚାଷୀମାନଙ୍କ ସମସ୍ୟା ଦିଗରେ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ବୁଡୁ ବରିହା, ଖିରସିନ୍ଧୁ ନିଆଲ, ହେମସାଗର ସାହୁ, କ୍ଷିରୋଦ ଖମାରୀ, ଖେଡୁ ମାଝୀ, ପିଣ୍ଟୁ ବାଗ, ସନ୍ତୋଷ ପୁଞ୍ଜିଙ୍କ ସମେତ ଅଞ୍ଚଳର ଚାଷୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

8 − six =

error: Content is protected !!