csstore

ମନ୍ତ୍ରୀ ଟୁକୁନୀଙ୍କୁ ବିରୋଧ ପରେ ଗତକାଲି ଠାରୁ ଥାନାରେ କୋଶଲ ସଂଗ୍ରାମୀଙ୍କୁ ଅଟକ : ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ, ସାମିଲ ହେଲେ ବିଜେପି ଓ କଂଗ୍ରେସ ନେତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତକାଲି ଓଡ଼ିଶା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍‌କ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ବରଗାଁଠାରେ କୋଶଳ ସଂଗ୍ରାମୀ ମାନେ ବିରୋଧ କରିଥିଲେ । ଫଳରେ ସଇଁନ୍ତଲା ପୋଲିସ ଗତ ରାତି ୮ଟା ସମୟରୁ ବର୍ତ୍ତମାନ ସୁଦ୍ଧା ଥାନାରେ ଅଟକ ରଖିଥିବା ବେଳେ ତାହାର ପ୍ରତିବାଦରେ କୋଶଲ ସଂଗ୍ରାମୀଙ୍କୁ ଛାଡିବା ଦାବୀରେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ, ବିଜେପି ନେତା ମହେନ୍ଦ୍ର ଠାକୁର, ସ୍ଥାନୀୟ ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ସମେତ ଶତାଧିକ କୋଶଲ ସଂଗ୍ରାମୀଙ୍କୁ ସମର୍ଥନ କରୁଥିବା ଲୋକ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରାଯାଇ ଥିବା ଯୋଗୁଁ ଗାଡି ଚଳାଚଳ ବନ୍ଦ ରହିଛି । ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମାଞ୍ଚଳକୁ ଆବାସ ଯୋଜନାରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଗତକାଲି ଠାରୁ ଭବାନୀପାଟଣାରୁ ବରଗଡ଼ ଜିଲ୍ଲା ପର୍ଯ୍ୟନ୍ତ କୋଶଲ ଯୁବ ସମନ୍ୱୟ ସମିତି ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୋଶଲ ଯୁବ ସମନ୍ୱୟ ସମିତି ସଭ୍ୟଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଏହାକୁ ଲୋକେ ବିରୋଧ କରି କୋଶଲ ସଂଗ୍ରାମୀ ମାନଙ୍କୁ ଛାଡିବା ପାଇଁ ଦାବୀ କରି ରାସ୍ତାରୋକ କରିଛନ୍ତି ।

jayashree
Leave A Reply

Your email address will not be published.