csstore

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ୱେବ୍‌ ନ୍ୟୁଜ ସାମ୍ବାଦିକମାନଙ୍କ ପ୍ରତି ପାତର ଅନ୍ତରକୁ ବିରୋଧ କରି ଆରେଷ୍ଟ ହେଲେ ୱେବ୍ ନ୍ୟୁଜ ସାମ୍ବାଦିକ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ୱେବ୍‌ ନିଉଜ୍‌ର ସାମ୍ବାଦିକମାନଙ୍କ ପ୍ରତି ପାତର ଅନ୍ତରକୁ ବିରୋଧ କରି ଓ୍ବେବ୍ ନ୍ୟୁଜ୍ ସାମ୍ବାଦିକ ଆରେଷ୍ଟ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରାଉରକେଲା ସହରରେ କାର୍ଯ୍ୟରତ ବିଭିନ୍ନ ବର୍ଗର ସାମ୍ବାଦିକମାନଙ୍କ ମଧ୍ୟରୁ ୱେବ୍‌ ନିଉଜ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଗସ୍ତର କଭରେଜ୍‌ ପାଇଁ ଅନୁମତି ଦିଆଯାଇ ନଥିବା ବେଳେ ଏହାକୁ ବିରୋଧ କରି ୱେବ୍‌ ନିଉଜ୍‌ରେ କାର୍ଯ୍ୟରତ ସାମ୍ବାଦିକମାନେ ବିରୋଧ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଥିଲେ ସ୍ରିଷ୍ଟି ୱେବ୍‌ ନିଉଜ୍‌ର ମୁଖ୍ୟ ସମ୍ପାଦକ ମନୋଜ ଶତପଥି ଏବଂ ନେସନ ଫାଷ୍ଟ ଟିଭି ସାମ୍ବାଦିକ ଅନନ୍ତ ପଟ୍ଟନାୟକ । ଏହା ସହିତ ଅନ୍ୟ ୱେବ୍‌ ନିଉଜ ସାମ୍ବାଦିକମାନେ ମଧ୍ୟ ତାଙ୍କ ସହିତ ସ୍ବର ମିଳାଇଥିଲେ। ଆଜି ସକାଳେ ସେକ୍ଟର-୧୫ ଥାନା ପାଖରୁ ନିଜର ହକ୍ ଜାହିର କରୁଥିବା ସାମ୍ବାଦିକ ମାନଙ୍କୁ ଆରେଷ୍ଟ କରି ଝିର୍‌ପାଣି ଥାନାରେ ଅଟକ ରଖାଯାଇଛି । ଏହି ପରି ଅନ୍ୟାୟ ଆଗକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଅନନ୍ତ ପଟ୍ଟନାୟକ ।

jayashree
Leave A Reply

Your email address will not be published.