ଚିକିତ୍ସା ଅବହେଳା ଯୋଗୁଁ ଯୁବକଙ୍କ ପ୍ରାଣହାନୀ, ଅଭିଯୋଗ ଆଣିଲେ ପରିବାର ଲୋକେ : ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ । ମୃତ ବ୍ୟକ୍ତି ଜଣଙ୍କ ନାମ ଦୀର୍ଜୁ ଭୋଇ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତ କନ୍ଦଉଲବା ଗ୍ରାମର ଦୀର୍ଜୁ ନାମକ ଜଣେ ବ୍ୟକ୍ତି ଆଜି ଛାତି ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ବାଇକ ଯୋଗେ ସଇଁନ୍ତଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାର ଲୋକେ । ହେଲେ ଯୁବକଙ୍କ ଅବସ୍ଥାରେ ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ପଠାଇ ଥିଲେ ଡାକ୍ତର । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଯୋଗୁଁ ରୋଗୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ପରିବାର ଲୋକେ ଡାକ୍ତରଙ୍କ ଉପରେ ଦୋଷ ଢାଳିଛନ୍ତି । ରୋଗୀଙ୍କୁ ପରିବାର ଲୋକେ ୧୦.୩୦ ଘଣ୍ଟାରେ ଡାକ୍ତରଖାନାକୁ ଆଣିଥିଲେ । ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିବା ବେଳେ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ କରିଛନ୍ତି । ଡାକ୍ତର ଜ୍ୟୋତିରଞ୍ଜନ ବାଗ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅନ୍ୟପଟେ ଡାକ୍ତର ଜ୍ୟୋତିରଞ୍ଜନ ବାଗଙ୍କୁ ପଚାରିବାରୁ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା ତେଣୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି କହିଛନ୍ତି । ହେଲେ ପରିବାର ଲୋକଙ୍କ ଅବହେଳା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

nine + 3 =