csstore

ବୃକ୍ଷ ରୋପଣ କରି ନିଜ ଜନ୍ମ ଦିନ ପାଳନ କଲେ ସବିତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗତ କିଛି ଦିନ ହେଲା ବିଭିନ୍ନ ସଙ୍ଗଠନ ପକ୍ଷରୁ ହଜାର ହଜାର ବୃକ୍ଷ ରୋପଣ ମଧ୍ୟ କରାଯାଇଛି । ହେଲେ ନିଜ ଜନ୍ମ ଦିନକୁ ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସବିତା । ତେବେ ବଲାଙ୍ଗିର ଜିଲ୍ଲା ଅଜିତା ମହିଳା ସଙ୍ଗଠନ ପକ୍ଷରୁ ସବିତା ମିଶ୍ରଙ୍କ ଜନ୍ମ ଦିନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଗନ୍ଧରେଳ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଅଜିତା ସଂଯୋଜିକା ସଂଯୁକ୍ତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୋନପୁର ସୁବର୍ଣା ନାରୀ ସଙ୍ଗଠନର ସମ୍ପାଦିକା ମଞ୍ଜୁଳା ମିଶ୍ର, ସମାଜସେବୀ ତଥା ସଇଁନ୍ତଲା ବାଳିକା ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର, ଗାୟତ୍ରୀ ଦାଶ, ଅରୁଣା ବାଗ, ସବିତା ମିଶ୍ର, ଆରତୀ ମିଶ୍ର ପ୍ରମୁଖଙ୍କ ଉପସ୍ଥିତରେ ଜନ୍ମ ଦିନକୁ ନିଆର ଢଙ୍ଗରେ ପାଳନ କରାଯାଇଛି ।

jayashree
Leave A Reply

Your email address will not be published.