pakka

ଅବସରପ୍ରାପ୍ତ ମ୍ୟୁନିସିପାଲିଟି କର୍ମଚାରୀ ରବିଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡା ନିବାସୀ ଅବସରପ୍ରାପ୍ତ ମ୍ୟୁନିସିପାଲିଟି କର୍ମଚାରୀ ତଥା ଜଣାଶୁଣା ଫୁଟବଲ ଖେଳାଳୀ ରବିଚନ୍ଦ୍ର ପଟ୍ଟନାୟକ (୭୦)ଙ୍କ ଶନିବାର ପୂର୍ବାହ୍ନ ୧୧ଟା ୪୦ରେ ପରଲୋକ ଘଟିଛି । ଶୁକ୍ରବାର ତାଙ୍କର ହୃତ୍‌ଘାତ ହେବା ପରେ ତାଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇମାସ ପୂର୍ବରୁ କୋଭିଡ ସଂକ୍ରମିତ ହେବାପରେ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ତେବେ ତାଙ୍କ ଠାରେ ପୋଷ୍ଟ କୋଭିଡ କମ୍ପ୍ଳିକେସି ଦେଖାଦେବାରୁ ସେ ଅସୁସ୍ଥ ହୋଇପଡିଥିଲେ । ବଲାଙ୍ଗିର ମ୍ୟୁନିସିପାଲିଟି ଅଫିସରେ ଟ୍ୟାକ୍ସ କଲେକ୍ଟର ଭାବେ ସେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ଜଣେ ସଫଳ ଫୁଟବଲ ଖେଳାଳୀ ଭାବେ ସୁନାମ ଅର୍ଜନ କରିଥିଲେ । ଜଣେ ସରଳ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଭାବେ ସେ ଲୋକପ୍ରିୟ ଥିଲେ । ମୃତ୍ୟୁବେଳକୁ ତାଙ୍କ ସ୍ତ୍ରୀ କୁମୁଦିନୀ, ତିନି ଝିଅ ସବିତା, ସଞ୍ଜୁକ୍ତା, ସରିତା, ଜ୍ୱାଇଁ ସୁନୀଲ ମହାନ୍ତି ଓ ଲୋକେଶ କାନୁନ୍‌ଗୋ, ତିନି ପୁଅ କୃଷ୍ଣଚନ୍ଦ୍ର, ବଳରାମ, ସୁନୀଲ, ପୁତୁରା ଲିଙ୍ଗରାଜ, ବିଘ୍ନରାଜ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ । କଦଳୀମୁଣ୍ଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର କୃଷ୍ଣଚନ୍ଦ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଡା ବାସୁଦେବ ପତି, ଜିଲା ସାମ୍ବାଦିକ ସଂଘ ସଭାପତି ହରିନାରାୟଣ ପୂଜାରୀ, ସମ୍ପାଦକ ଶରତ ମିଶ୍ର, ବୀରେନ୍ଦ୍ର କୁମାର ଝାଙ୍କର ଗଭୀର ଶୋକବ୍ୟକ୍ତ କରିଛନ୍ତି ।

jay balangir
Leave A Reply

Your email address will not be published.

6 + sixteen =

error: Content is protected !!