pakka

ବୋଟ୍‌ ଦୁର୍ଘଟଣାରେ ପ୍ରାଣ ହରାଇଲେ ରିପୋର୍ଟର ଅରିନ୍ଦମ

bbehera

ଭୁବନେଶ୍ୱର : ବୋଟ୍‌ ଦୁର୍ଘଟଣାରେ ରିପୋର୍ଟର ଅରିନ୍ଦମ ଦାସ ପ୍ରାଣ ହରାଇଥିବା ଜଣାପଡ଼ିଛି । ମହାନଦୀର ମୁଣ୍ଡଳି ବ୍ୟାରେଜ୍‌ ନିକଟରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଶୁକ୍ରବାର ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ ପ୍ରାଣ ହରାଇଛନ୍ତି । ଏ ସଂପର୍କରେ କଟକ ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ, ମୁଣ୍ଡୁଳିଠାରେ ମହାନଦୀରେ ଏକ ହାତୀ ଫସି ରହିଥିଲା । ହାତୀଟିକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ, ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଏକ ରବର୍‌ ବୋଟ୍‌ରେ ଅପରେସନ୍‌ରେ ଓଡ୍ରାଫ ଟିମ୍‌ଙ୍କ ସହ ଉକ୍ତ ଗଣମାଧ୍ୟମର ୨ଜଣ ପ୍ରତିନିଧି ଥିଲେ । ହେଲେ ବ୍ୟାରେଜ୍‌ ନିକଟରେ ପାଣିର ସୁଅ ଜୋର୍‌ ଥିବା ଯୋଗୁଁ ବୋଟ୍‌ଟି ଓଲଟି ପଡ଼ିଥିଲା। ଏଥିରେ ରିପୋର୍ଟର ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ କ୍ୟାମେରାମ୍ୟାନ୍‌ ପ୍ରଭାତ ଗୁରୁତର ହୋଇଥିବା ମିଳିଥିବା ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.

six + 13 =