pakka

ମଡେ଼ଲିଂ କ୍ୟାରିଅର୍‌ ଆଶା ରଖିଥିବା ଶିକ୍ଷାର୍ଥୀଙ୍କ ପାଇଁ ଭଲ ଖବର : ବଲାଙ୍ଗିରରେ ଖୋଲିବ ମଡେ଼ଲିଂ ସ୍କୁଲ

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଡେ଼ଲିଂ କ୍ୟାରିଅର୍‌ ଚାହୁଁଥିବା ଶିକ୍ଷାର୍ଥୀ ଯୁବକ ଯୁବତୀଙ୍କ ପାଇଁ ଏକ ଭଲ ଖବର ରହିଛି । ଏବେ ବଲାଙ୍ଗିରରେ ଖୋଲିବ ମଡେ଼ଲିଂ ସ୍କୁଲ । ମଡେ଼ଲିଂ କ୍ୟାରିଅର୍‌ ଗଢ଼ିବାକୁ ବହୁ ଯୁବକ ଯୁବତୀ ଆଗ୍ରହୀ ଥିଲେ ସୁଦ୍ଧା ସେମାନଙ୍କୁ ସଠିକ୍‌ ମାର୍ଗଦର୍ଶନ ମିଳୁନାହିଁ । ତେବେ ମଡେ଼ଲିଂ ପାଇଁ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ ମଡେ଼ଲ୍‌ ଡଟ୍‌ କମ୍‌ ତରଫରୁ ବଳାଙ୍ଗିରରେ ଆରମ୍ଭ ହେବାକୁ ଯାଉଛି ମଡେ଼ଲ୍‌ ତାଲିମ ସ୍କୁଲ । ଏଥିପାଇଁ ଆଗ୍ରହୀ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ମଡେ଼ଲ୍‌ ସୋ ଅନୁଷ୍ଠିତ ହେବ ଆସନ୍ତା ୮ ଅକ୍ଟୋବରରେ ବୋଲି ମଡେ଼ଲ ଡଟ୍‌ କମ୍‌ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଆର୍‌ଜେ ମନୀଷ । ଏହି ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ କ୍ୟାମେରାମେନ୍‌ ଗୋପାଳ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଅଂଜୁ ବେହେରା ଓ ଅଭୀପ୍‌ସା ସେଠୀ ମଡେ଼ଲ୍‌ ତାଲିମ ସଂପର୍କରେ ଆସୁଥିବା ସମସ୍ୟା ଓ ତାର ସମାଧାନ ପାଇଁ ଆଜିର ସମୟର ଆବଶ୍ୟକତା ଅନୁସାରେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗୀ ହେବାକୁ ତାଲିମର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ ।

pp
Leave A Reply

Your email address will not be published.

2 × three =