ରାୟଗଡ଼ାରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର : ରାୟଗଡ଼ାରୁ ଜବତ ହୋଇଛି ଜୀବନ୍ତ ବଜ୍ରକାପ୍ତା । କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ ଟାସ୍କ୍‌ ଫୋର୍ସ (ଏସ୍‌ଟିଏଫ୍‌) ରାୟଗଡ଼ା ପଦ୍ମପୁର ଥାନା ଅଖୁସିଙ୍ଗି ଛକାର ଚଢ଼ଉ କରି ୨ ଜଙ୍ଗଏ ତସ୍କରଙ୍କୁ ଗିରଫ୍‌ କରିବା ସହ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି । ଗିରଫ ୨ ତସ୍କର ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ବୁରଡ଼ୁଗୁଡ଼ାର ସାମ୍‌ସନ୍‌ ରାଇତା (୪୫) ଓ ରାୟଗଡ଼ା ପଦ୍ମପୁର ଥାନା ଟାବ୍‌ଲାଗୁଡ଼ା ଟୁଆଗୁଡ଼ିର ଆସମିନ ଶବର (୨୮) । ଗିରଫ ୨ ତସ୍କରଙ୍କୁ ଆଜି ଗୁଣପୁର ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ରାୟଗଡ଼ାରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଏସ୍‌ଟିଏଫ୍‌ ସୂଚନା ପାଇଥିଲା । ତେଣୁ ୨ଦିନ ହେବ ଏସ୍‌ଟିଏଫ୍‌ର ଏକ ଟିମ୍‌ ରାୟଗଡ଼ାରେ ଡେରା ପକାଇଥିଲା । ସାମ୍‌ସନ୍‌ ଓ ଆନ୍‌ମିନ୍‌ ଜଣେ ବନ୍ୟଜନ୍ତୁ ମାଫିଆ ସହ ୫ଲକ୍ଷ ଟଙ୍କାରେ ବଜ୍ରକାପ୍ତା ଡିଲ୍‌ କରିଥିବା ସୂଚନା ମିଳିଥିଲା । ଆଜି ସକାଳେ ୩୧୬ ନମ୍ବର ଜାତୀୟ ରାଜପଥ ବ୍ରହ୍ମପୁର – ରାୟଗଡ଼ା ରାସ୍ତାର ଅଖୁସିଙ୍ଗି ଛକରେ ସାମ୍‌ସନ୍‌ ଓ ଆସମିନ ବନ୍ୟଜନ୍ତୁ ମାଫିଆକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ଟିମ୍‌ ସେଠାରେ ଚଢ଼ଉ କରି ୨ଜଣଙ୍କୁ ଧରିବା ସହ ସେମାନଙ୍କ ପାଖରେ ଥିବା ଏକ ମୁଣିରୁ ଜୀବନ୍ତ ବଜ୍ରାକପ୍ତା ଉଦ୍ଧାର କରିଥିଲା । ଉଦ୍ଧାର ବଜ୍ରକାପ୍ତାକୁ ରାୟଗଡ଼ା ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.