jsm

ଖପ୍ରାଖୋଲ ଥାନାରେ ଗ୍ରାମାଞ୍ଚଳ ରଥଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

csstore
  • ମଦ ଓ ଜୁଆଖେଳ ସମ୍ପୂର୍ଣ୍ଣ ନିଷେଧ ନିଷ୍ପତ୍ତି

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ଥାନା ପରିସରରେ ରଥଯାତ୍ରା ପାଇଁ ଥାନାସ୍ତରୀୟ ପ୍ରାକ ପ୍ରସ୍ତୁତି ବୈଠକ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗଦେଇଥିବା ବେଳେ ରଥଯାତ୍ରା ପରିଚାଳନା ପାଇଁ ଗ୍ରାମ ସ୍ତରରେ ସ୍ୱେଛାସେବୀ କମିଟି ଗଠନ, ରଥଯାତ୍ରା ବେଳେ ଗାଁମାନଙ୍କରେ ବେଆଇନ ମଦ, ଜୁଆ ସମ୍ପୂର୍ଣ୍ଣ ନିଷେଧ କରିବା, ଭିଡ଼ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କମିଟି ଓ ସ୍ୱେଛାସେବୀକୁ ଦାୟିତ୍ୱ ପ୍ରଦାନ ଉପରେ ଆଲୋଚନା ହୋଇଥିଲା । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରା ବନ୍ଦ ଥିବା ବେଳେ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ପୋଲିସର ଅଭିନବ ପ୍ରୟାସକୁ ସମସ୍ତେ ସ୍ୱାଗତ କରିଥିଲେ । ବୈଠକରେ ଖପ୍ରାଖୋଲ ଥାନା ଅଞ୍ଚଳର ତିରିଶ ଟି ଗାଁର ଗ୍ରାମ୍ୟ କମିଟି, ମନ୍ଦିର କମିଟି, ରଥଯାତ୍ରା କମିଟିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥାନା ଏଏସ୍‌ଆଇ ସେୱାନ କେରକେଟା, ନାରାୟଣ ସାହୁ, ଗୋପାଳକୃଷ୍ଣ କୁମୁରା, କନେଷ୍ଟବଳ ସଞ୍ଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.