csstore

ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ମହାଡ଼ମ୍ବରରେ ପାଳିତ ହେଲା ରଥଯାତ୍ରା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନାର ଦ୍ଵିତୀୟ ଲହର ଯୋଗୁଁ ପୂଜା ପାର୍ବଣ ଠପ ହୋଇପଡିଛି । ତେବେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ପାଇଁ ପ୍ରଭୁ ଜଗନ୍ନାଥ ରଥ ଟଣା ଉପରେ କଟକଣା ଜାରି କରାଯାଇଥିବା ବେଳେ କରୋନା କଟକଣାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ରଥଯାତ୍ରା ମହାଡ଼ମ୍ବରରେ ପାଳିତ ହୋଇଯାଇଛି । ଅନେକ ସ୍ଥାନରେ ବିନା ଭକ୍ତଙ୍କ ଉପସ୍ଥିତରେ ରଥଯାତ୍ରା ପାଳନ ହୋଇଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ଟିକିଏ ଦର୍ଶନ ପାଇଁ ଭକ୍ତଙ୍କ ଇଚ୍ଛା ଶକ୍ତିକୁ ଅଟକାଇ ପାରି ନାହିଁ ପ୍ରଶାସନ। ସଇଁନ୍ତଲା ବ୍ଳକର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସ୍ଥାନୀୟ ଜମିଦାର ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଛେରା ପହାର କରିଥିବା ବେଳେ ମୁଖ୍ୟ ପୂଜକ ଭାବେ ଧ୍ରୁବ ଚରଣ ଯୋଶୀ ପୂଜାର୍ଚ୍ଚନା କରିଥିବା ବେଳେ ଦେବେନ୍ଦ୍ର ଯୋଶୀ, ସଞ୍ଜୀବ ପାଣିଗ୍ରାହୀ, ରିଙ୍କୁ ନାୟକ, ହରି ଶଙ୍କର ଦାସ, ବିକ୍ରମ ମିଶ୍ର, ବୁଲୁ ଷଡ଼ଙ୍ଗୀ, ହରି ଷଡ଼ଙ୍ଗୀ, ସରୋଜ ପଣ୍ଡା, ଧୁବା ଯୋଶୀ, ଭଗ ଯୋଶୀ, କିରଣ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ରଥଯାତ୍ରାରେ ଶତାଧିକ ଭକ୍ତଙ୍କ ପ୍ରଭୂ ଜଗନ୍ନାଥଙ୍କ ଦର୍ଶନ ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା । ସେହିପରି ଘୁନସର ଗ୍ରାମର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ରଥଯାତ୍ରା ପାଳନ କରାଯାଇଥିବା ବେଳେ ମୁଖ୍ୟ ପୂଜକ ଭାବରେ ବିଷ୍ଣୁ ପ୍ରସାଦ ନାଏକ ପୂଜାର୍ଚ୍ଚନା କରିଛନ୍ତି । ଘୁନସର ଉମରା ମେଘନାଦ ସିଂ ମାଝୀ ଛୋରା ପହହରା କରିଥିଲେ । ପ୍ରମୋଦ ନାଏକ, ବାଞ୍ଛାନିଧି ମିଶ୍ର ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.